ଆଜି କୋଟିଆ ଯିବେ ସବୁ ଦଳର ବିଧାୟକ
କୋଟିଆ: ଆଜି କୋଟିଆ ଗସ୍ତ କରିବେ ବିଜେଡି, ବିଜେପି ଓ କଂଗ୍ରେସ ଦଳର ବିଧାୟକ। ଏନେଇ ସବୁ ଦଳର ନେତାଙ୍କ ସହ ଆଲୋଚନା ହୋଇଥିବା ବେଳେ ସବୁ ଦଳର ବିଧାୟକ କୋଟିଆ ଯିବାନେଇ ସହମତି ପ୍ରକାଶ କରିଛନ୍ତି। କୋଟିଆ ଓଡ଼ିଶାର ଥିଲା, ରହିବ। ଏଥିପାଇଁ ଆନ୍ଧ୍ରକୁ କଡ଼ା ଜବାବ ଦିଆଯିବ ବୋଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି।
କୋଟିଆକୁ ନେଇ ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ ବିବାଦ ସୁପ୍ରିମକୋର୍ଟରେ ବିଚାରଧୀନ ଥିବା ବେଳେ କୋଟିଆକୁ ନେଇ ନୂଆ ଷଡଯନ୍ତ୍ର କରୁଛି ଆନ୍ଧ୍ର। ସେପଟେ ଆନ୍ଧ୍ରର ସାଲୁରମଣ୍ଡଳ ବିଧାୟକ ଆଜି କୋଟିଆ ଆସିବା ନେଇ ସୂଚନା ମିଳିଛି।
ଅନ୍ୟପଟେ ଗତକାଲି ସ୍ୱାଧିନତା ଦିବସରେ କୋଟିଆରେ ଉଡିଲା ତ୍ରିରଙ୍ଗା। ଓଡ଼ିଶା ପ୍ରଶାସନ ଦ୍ୱାରା ବିବାଦୀୟ ୨୮ଖଣ୍ଡ ଗାଁରେ ପାଳିତ ହୋଇଛି ସ୍ୱାଧୀନତା ଦିବସ। ଦଳଗତ ନିର୍ବିଶେଷରେ ରାଜନେତା ସମେତ ବୁଦ୍ଧିଜୀବୀ ଓ ସାହିତ୍ୟିକ ଯାଇ ପାଳନ କରିଛନ୍ତି ସ୍ୱାଧୀନତା ଦିବସ।