ଭୟରେ ଆମେରିକାର ସାମରିକ ବିମାନରେ ଚଢ଼ିଗଲେ ଆଫଗାନବାସୀ

କାବୁଲ: ତାଲିବାନ ଆଫଗାନିସ୍ତାନକୁ ଅକ୍ତିଆର କରିବା ପରେ ଆଫଗାନବାସୀଙ୍କ ଭିତରେ କୋକୁଆଭୟ। ଆଫଗାନିସ୍ତାନକୁ ଛାଡ଼ିବାକୁ ଲୋକଙ୍କର ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିବା ବେଳେ ଦେଶ ଛାଡ଼ିବା ପାଇଁ ୬୪୦ଆଫଗାନବାସୀ କାବୁଲ ବିମାନବନ୍ଦରରେ ଆମେରିକାର ସାମରିକ ବିମାନରେ ଚଢ଼ିଯାଇଥିବା ଦେଖାଯାଇଛି। ସୋସିଆଲ ମିଡିଆରେ ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ।
ବିମାନ ଭିତରର ଏକ ଫଟୋ ଏବେ ଭାଇରାଲ ହୋଇଛି, ଯେଉଁଥିରେ ଟ୍ରେନ ଭଳି ବିମାନରେ ଶହ ଶହ ଲୋକ ବସିଥିବା ଦେଖାଦେଇଛି। ବିମାନରେ ଦରକାରଠାରୁ ଅଧିକ ଲୋକ ପ୍ରବେଶ କରିଥିଲେ ମଧ୍ୟ କ୍ରୁ ସଦସ୍ୟ ପରିସ୍ଥିତିକୁ ବୁଝି ସେମାନଙ୍କୁ ବାହାର କରିନଥିବା ସୂଚନା ମିଳିଛି। ସମସ୍ତ ୬୪୦ଜଣଙ୍କୁ ନେଇ ବିମାନ କତାରକୁ ଉଡ଼ାଣ କରିଥିବା ଜଣାପଡ଼ିଛି। ଆମେରିକା ଏୟାର ଫୋର୍ସର ସି-୧୭ ବିମାନରେ ଏହି ଆଫଗାନ ନାଗରିକ କାତାର ଯାଇଛନ୍ତି।
ସେପଟେ, କାବୁଲରୁ ବାୟୁସେନାର ସି-୧୯ ଏୟାରକ୍ରାଫ୍ଟ ମାଧ୍ୟମରେ ୧୨୦ରୁ ଅଧିକ ଭାରତୀୟଙ୍କୁ ଅଣାଯାଉଛି। ଗତକାଲି ସଂଧ୍ୟାରେ କାବୁଲ ଭାରତୀୟଙ୍କୁ ସୁରକ୍ଷିତ ଫେରାଇ ଅଣାଯାଉଛି। ଆଇଟିବିପି ଯବାନ ଓ ଦୂତାବାସ କର୍ମଚାରୀଙ୍କୁ ନେଇ ବାୟୁସେନାର ସ୍ୱତନ୍ତ୍ର ବିମାନ ଦିଲ୍ଲୀ ଆସୁଛି। କାବୁଲରେ ପାଖାପାଖି ୫୦୦ରୁ ଅଧିକ ଲୋକ ଫସି ହୋଇ ରହିଥିଲେ। ଏଥିରେ ଥିଲେ ୩୦୦ରୁ ୪୦୦ ଆଇଟିବିପି ଯବାନ।