ଆଫଗାନିସ୍ତାନରେ ଭୂକମ୍ପ ଝଟକା

କାବୁଲ: ଆଫଗାନିସ୍ତାନରେ ଉତ୍ତେଜନା ଲାଗି ରହିଥିବା ବେଳେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ମଙ୍ଗଳବାର ସକାଳ ୬.୦୮ରେ ଘଟିଥିବା ଏହି ଭୂକମ୍ପ ହୋଇଥିଲା। ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ରେକର୍ଡ କରାଯାଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ଫୈଜାବାଦର ୮୩ କିଲୋମିଟର ଦକ୍ଷିଣ ପୂର୍ବରେ ଅବସ୍ଥିତ।
ତେବେ ଭୂକମ୍ପରେ କୌଣସି ଧନ ଜୀବନ ନଷ୍ଟ ହୋଇନି କି କିଛି କ୍ଷୟକ୍ଷତି ହୋଇନି। ଭୂକମ୍ପର କମ୍ପନ ଅନୁଭବ କରିବା ପରେ ଲୋକମାନେ ଘରୁ ବାହାରକୁ ଆସିଥିଲେ। ଭୂକମ୍ପ ଝଟକା କାରଣରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।