ପୁଅର ଅତ୍ୟାଚାର ସହି ନପାରି ଥାନାର ଦ୍ବାରସ୍ଥ ହେଲେ ବୃଦ୍ଧ ବାପା ମା’

ଆନନ୍ଦପୁର: ଛୋଟ ବେଳୁ ପୁଅ କୋଳେଇ କୋଖେଇ ବଡ଼ କଲା ପରେ ଏବେ ପରିଣତ ବୟସରେ ମା ବାପାଙ୍କୁ ଅସହ୍ୟ ନିର୍ଯ୍ୟାତନା ଦେଉଛି ପୁଅ। ଏଭଳି ଏକ ଅଭିଯୋଗ ନେଇ ଆଜି ଆନନ୍ଦପୁର ଥାନା ଡଙ୍କିଆ ଗାଁ ରେ ବୃଦ୍ଧ ଦମ୍ପତି ଥାନାର ଦ୍ବାରସ୍ଥ ହୋଇଛନ୍ତି।
ବୃଦ୍ଧ ବାପା ମା’ଙ୍କ ଅଭିଯୋଗ ମୁତାବକ, ପୁଅ ମଦ ପିଇବା ପରେ ହିତାହିତ ଜ୍ଞାନ ହରାଇ ବସୁଛି। କଥା କଥା କେ ନିଜ ମା’ ଓ ଭନ୍ନକ୍ଷମ ବାପକୁ ମାଡ ମାରୁଛି। ଏପରିକି ଅନେକ ସମୟରେ ଖାଇବା କୁ ଗଣ୍ଡିଏ ଦେଉନାହିଁ। ଏଭଳି ଅଭିଯୋଗ ନେଇ ଆଜି ଆନନ୍ଦପୁର ଥାନା ଡଙ୍କିଆ ଗାଁ ର ବୃଦ୍ଧ ଦମ୍ପତି ନିତ୍ୟାନନ୍ଦ ପାତ୍ର ଓ ସ୍ତ୍ରୀ ଜୁଳ ପାତ୍ର ଥାନା ଥାନା ବାବୁଙ୍କୁ ଭେଟିଛନ୍ତି। ଆନନ୍ଦପୁର ଥାନା ଅଧିକାରୀ ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନର ପ୍ରତିଶୃତି ଦେଇଛନ୍ତି।