୨ କୋଟିର ବ୍ରାଉନସୁଗାର ଜବତ

ଜଳେଶ୍ୱର: ୨ କୋଟିର ବ୍ରାଉନସୁଗାର ଜବତ। ବାଲେଶ୍ୱର ଜିଲ୍ଲା ଜଳେଶ୍ଵର ଅଞ୍ଚଳ ସାରା ରାଜ୍ୟରେ ବ୍ରାଉନ ସୁଗାର କାରବାରର ପେଣ୍ଠସ୍ଥଳୀ ପାଲଟିଛି। ଗତ କିଛି ଦିନ ଧରି ଏସଟିଏଫ ଏବଂ ପୋଲିସ ଦ୍ବାରା ବ୍ରାଉନସୁଗାର ବେପାରୀ ମାନେ ଧରାପଡୁଛନ୍ତି।
ଏହାରି ମଧଞରେ ଜଳେଶ୍ୱର ଏସଡିପିଓ ଅଙ୍କିତା କୁମ୍ଭାରି ଏବଂ ଆଇଆଇସି ପ୍ରଜ୍ଞା ମହାନ୍ତିଙ୍କ ନେତୃତ୍ୱରେ ଏକ ୨୦ ଜଣିଆ ଟିମ ଚଡାଉ କରି ପାଖା ପାଖି ୨ କେଜିରୁ ଅଧିକ ବ୍ରାଉନସୁଗାର ଜବତ କରିଛନ୍ତି।
ବ୍ରାଉନସୁଗାର ସହ ବିପୁଳ ପରିମାଣ ଟଙ୍କା ଜବତ କରିଛନ୍ତି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି।।
ଏହି ମାମଲାରେ ଜଣେ ମହିଳା ଓ ଜଣେ ପୁରୁଷକୁ ପୋଲିସ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ମହିଳା ଜଣକ ଆମିନା ବିବି ହୋଇଥିବା ବେଳେ ପୁରୁଷ ଜଣକ ସେକ୍ ରଫିକ ବୋଲି ଜଣାପଡିଛି।