ଭଲ ଖବର: ଦେଶରେ ଶସ୍ତା ହେବ ଖାଇବା ତେଲ!
![](https://www.odishalink.com/wp-content/uploads/2021/08/Cooking-Oil.jpg)
ନୂଆଦିଲ୍ଲୀ: ଲଗାତାର ଦରଦାମ ବୃଦ୍ଧି ହେତୁ ଅସନ୍ତୋଷ ଜନତା। ଏସବୁ ମଧ୍ୟରେ ଆସିଛି ଭଲ ଖବର। ଖୁବଶିଘ୍ର ସାଧାରଣ ଜନତାଙ୍କୁ ମିଳିବାକୁ ଯାଉଛି ବଡ଼ ଆଶ୍ବସ୍ତି। କାରଣ ବୁଧବାର ଦିନ ପାମ୍ ଅଏଲ୍ ମିଶନ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି ମୋଦି ସରକାର। ଦେଶରେ ଖାଇବା ତେଲର ଉପଲବ୍ଧତା ବଢ଼ାଇବାକୁ ୧୧,୦୪୦ କୋଟି ଟଙ୍କାର ପାମ ଅଏଲ୍ ମିଶନକୁ ଗ୍ରୀନ୍ ସିଗନାଲ୍ ମିଳିଛି। ସୂଚନାଯୋଗ୍ୟ, ପାମ ଅଏଲ୍ ଗୋଟିଏ ପ୍ରକାର ଖାଇବା ତେଲ୍। ଏହାକୁ ବିଶେଷ ଭାବେ ହୋଟେଲ, ରେଷ୍ଟୁରାଣ୍ଟରେ ଖାଇବା ତେଲ ଭାବେ ବ୍ୟବହୃତ କରାଯାଏ।
ଭାରତରେ ଖାଇବା ତେଲର ଅଭାବ ଓ ଦରଦାମକୁ ନିୟନ୍ତ୍ରଣକୁ ଆଣିବା ପାଇଁ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ବୁଧବାର ଏକ ନୂଆ ଯୋଜନା ରାଷ୍ଟ୍ରୀୟ ଖାଦ୍ୟ ତେଲ ମିଶନ ଅଏଲ୍ ପାମର ଘୋଷଣା କରିଛି। ଏହା ଦ୍ବାରା ଭାରତରେ ପାମ ତେଲ ଆମଦାନୀ କମିବ ଏବଂ କୃଷକମାନଙ୍କ ଠାରୁ ଆମଦାନୀ ବଢ଼ିବ। ଏଥିସହିତ ପାମ୍ ଅଏଲ ସମ୍ବନ୍ଧିତ ଇଣ୍ଡଷ୍ଟ୍ରି କଲେ ୫ କୋଟି ପର୍ଯ୍ୟନ୍ତ ଆର୍ଥିକ ସହାୟତା ଦେବାକୁ ସରକାର ମଧ୍ୟ ଘୋଷଣା କରିଛନ୍ତି।
ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦ ଟ୍ବିଟ୍ କରି ଲେଖିଛନ୍ତି, ‘ସରକାର ନ୍ୟାସନାଲ୍ ମିଶନ ଅନ୍ ଅଏଲ୍ ସିଡସ୍ ଏବଂ ଅଏଲ୍ ପାମ୍ ଜରିଆରେ ୧୧ ହଜାର କୋଟିରୁ ଅଧିକ ଟଙ୍କାର ନିବେଶ କରିବେ। ଏହା ଦ୍ବାରା କୃଷକଙ୍କୁ ଉତ୍କୃଷ୍ଟ ମଞ୍ଜି ଏବଂ ଟେକନିକ୍ ସହିତ ଯଥାସମ୍ଭବ ସହଯୋଗ ମିଳିବ।’