ଭର୍ତ୍ତୃହରିଙ୍କ ପରିବାର ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ
![](https://www.odishalink.com/wp-content/uploads/2021/08/bhatruhari.jpg)
ଭୁବନେଶ୍ବର: ଭର୍ତ୍ତୃହରି ମହତାବଙ୍କ ପରିବାର ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ। ଅଭିଯୋଗ ଆଣିଲେ ଭର୍ତ୍ତୃହରି ମହତାବଙ୍କ ବୋହୂ ସାକ୍ଷୀ ମହତାବ। ମହିଳା ଥାନାରେ ଏଫଆଇଆର୍ ଦାଏର୍ କରିଛନ୍ତି ସାକ୍ଷୀ।
ଶ୍ବଶୁର ତଥା କଟକରୁ ସାଂସଦ ଥିବା ଭର୍ତ୍ତୃହରି ମହତାବ, ଶାଶୁ ମହାଶ୍ୱେତା ମହତାବଙ୍କ ନାଁରେ ଏବଂ ସ୍ୱାମୀ ଲୋକରଞ୍ଜନ ମହତାବଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ବୋହୂ। ଏନେଇ ଭୋପାଳ ମହିଳା ଥାନାରେ ଏନେଇ ଅଭିଯୋଗ ହୋଇଛି। ଗତ ୧୭ ତାରିଖ ଅପରାହ୍ନରେ ଭୋପାଳର ମହିଳା ଥାନାରେ ଅଭିଯୋଗ କରିଛନ୍ତି ସାକ୍ଷୀ।
ଆଇପିସିର ବିଭିନ୍ନ ଦଫାରେ ପୂରା ପରିବାର ନାଁରେ ମାମଲା ରୁଜୁ ହୋଇଛି। ଯୌତୁକ ନିର୍ଯାତନା ସହ ଜୀବନରୁ ମାରି ଦେବାକୁ ଧମକ ଦିଆଯାଉଥିବା ନେଇ ଏତଲାରେ ଉଲ୍ଲେଖ କରିଛନ୍ତି ସାକ୍ଷୀ। ଏହାସହ ବିବାହ ପରଠାରୁ ଲଗାତାର ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ଏତଲାରେ ଦର୍ଶାଇଛନ୍ତି ସାକ୍ଷୀ।
ଶୁର ଘରେ ତାଙ୍କୁ ବାରମ୍ବାର ନିର୍ଯାତନା ଦିଆଯିବା ଫଳରେ ଭୋପାଳରେ ବାପା-ମାଆଙ୍କ ସହ ରହୁଥିବା ଦର୍ଶାଇଛନ୍ତି ସାକ୍ଷୀ। ଗତ ୨୦୧୬ ମସିହାରେ ଭର୍ତ୍ତୃହରିଙ୍କ ପୁଅ ଲୋକରଞ୍ଜନଙ୍କୁ ବିବାହ କରିଥିଲେ ସାକ୍ଷୀ।