ନାଇଜରରେ ବର୍ବରକାଣ୍ଡ: ୧୪ ଶିଶୁଙ୍କ ସମେତ ୩୭ ଜଣଙ୍କୁ ହତ୍ୟା
ନାଇଜର: ନାଇଜରରେ ବର୍ବରକାଣ୍ଡ। ୧୪ ଶିଶୁଙ୍କ ସମେତ ୩୭ ଜଣଙ୍କୁ ହତ୍ୟା କରିଛନ୍ତି ଆତଙ୍କବାଦୀ। ଆଫ୍ରିକୀୟ ରାଷ୍ଟ୍ର ନାଇଜରରେ ଘଟିଛି ଏହି ବର୍ବରକାଣ୍ଡ। ଦକ୍ଷିଣ ପଶ୍ଚିମ ନାଇଜରର ଏକ ଗ୍ରାମରେ ଆତଙ୍କୀ ଆକ୍ରମଣରେ ୩୭ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୧୪ ଜଣ ଶିଶୁ ରହିଥିବା ଜଣାପଡିଛି।
ସୂଚନା ମୁତାବକ, ଲୋକମାନେ କ୍ଷେତରେ କାମ କରୁଥିବା ସମୟରେ ଅଚାନକ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ମାଲି ସୀମାନ୍ତରେ ରହିଥିବା ନାଇଜରର ଗ୍ରାମ ତିଲବେରୀରେ ଏହି ଆକ୍ରମଣ ହୋଇଥିଲା। ବୁର୍କିନା ଫାସୋ ଏବଂ ମାଲିରେ ନିୟମିତ ଭାବରେ ଏଭଳି ଆକ୍ରମଣ ହେଉଥିବା ବେଳେ ଚଳିତ ବର୍ଷ ୪୨୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ନେଇ ବିଶ୍ୱ ମାନବାଧିକାର କମିଶନଙ୍କ ପକ୍ଷରୁ ପ୍ରକାଶ ପାଉଛି।