ସେପ୍ଟେମ୍ବର ପହିଲାରୁ ଖୋଲିବ ଶ୍ରୀ ଲିଙ୍ଗରାଜ ମନ୍ଦିର
![](https://www.odishalink.com/wp-content/uploads/2020/02/lingaraj-temple-1.jpg)
ଭୁବନେଶ୍ବର: ସେପ୍ଟେମ୍ବର ପହିଲାରୁ ଖୋଲିବ ଶ୍ରୀ ଲିଙ୍ଗରାଜ ମନ୍ଦିର। ଏନେଇ ଖୋର୍ଦ୍ଧା ଜିଲ୍ଳାପାଳଙ୍କ ଅଧକ୍ଷତାରେ ବସିଥିବା ଶ୍ରୀ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବିଏମସିର କୋଭିଡ ନିର୍ଦ୍ଦେଶାବଳୀ ଅନୁଯାୟୀ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଛି। କରୋନା ସଂକ୍ରମଣ ପୂର୍ବ ଅପେକ୍ଷା ହ୍ରାସ ପାଇଥିବାରୁ ପ୍ରଶାସନ ପକ୍ଷରୁ ଲିଙ୍ଗରାଜ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।
ନିର୍ଦ୍ଦେଶାବଳୀ ମୁତାବକ, ଭକ୍ତମାନେ ଗର୍ଭଗୃହକୁ ପ୍ରବେଶ କରିପାରିବେ ନାହିଁ। ଆଡପ କାଠ ନିକଟରୁ ଦର୍ଶନ କରିବେ। ଦର୍ଶନ ପାଇଁ ଟିକା ପ୍ରମାଣ ପତ୍ର ବାଧ୍ୟତାମୂଳକ। କୋଭିଡ୍ ଟିକାର ୨ ଟି ଡୋଜ୍ ନେଇଥିବା ଭକ୍ତମାନେ କେବଳ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ।