ଭୁବନେଶ୍ବରରେ ତେଲ ମନ୍ତ୍ରୀ ତେଲି
ଭୁବନେଶ୍ବର: ଭୁବନେଶ୍ବରରେ ତୈଳ ରାଷ୍ଟ୍ରମନ୍ତ୍ରୀ ରାମେଶ୍ବର ତେଲି। ଭୁବନେଶ୍ବର ବିମାନବନ୍ଦରରେ ରାଜ୍ୟ ବିଜେପି କାର୍ଯ୍ୟକର୍ତ୍ତା କଲେ ସ୍ବାଗତ। ଭୁବନେଶ୍ବର ସ୍ଥିତ ସ୍କିଲ ଡେଭେଲପମେଣ୍ଟ କେନ୍ଦ୍ରର ଉଦଘାଟନ କରିବେ। ଏଥିସହିତ ଆଇସିଟିର ଭୂମି ପୂଜନ କାର୍ଯ୍ୟକ୍ରମରେ ଶ୍ରୀ ତେଲି ଯୋଗଦେବେ ବୋଲି ସୂଚନା ରହିଛି।
ଏଥିସହିତ ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପେଟ୍ରୋଲିୟମ୍ ରାଷ୍ଟ୍ରମନ୍ତ୍ରୀ। ସେ ଗଣମାଧ୍ୟମକୁ କହିଛନ୍ତି ଯେ, ଅନ୍ତର୍ଜାତୀୟ ବଜାର ସହ ତେଲ ଦର ବୃଦ୍ଧିର ସମ୍ପର୍କ ରହିଛି। ରାଜ୍ୟ ସରକାରମାନେ ଅଧିକ ଟିକସ ନେବା ହେଉଛି ତୈଳ ଦର ବୃଦ୍ଧିର ଅନ୍ୟତମ କାରଣ।
Greatly touched by the warmth of reception and hospitality extended by the BJP karyakartas at Biju Patnaik International Airport, Bhubaneswar.@BJP4Odisha @dpradhanbjp @PandaJay @sambitswaraj pic.twitter.com/clIpO5bWQk
— Rameswar Teli (@Rameswar_Teli) August 20, 2021
ସୂଚନାଯୋଗ୍ୟ, ଓଡ଼ିଶାରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ବିନୀ ବୈଷ୍ଣବ ଜନ ଆଶୀର୍ବାଦ ଯାତ୍ରାରେ ରାଜ୍ୟର ବିଭିନ୍ନ ଅଞ୍ଚଳ ଭ୍ରମଣ କରୁଥିବା ବେଳେ ଭୁବନେଶ୍ବରରେ ପହଁଞ୍ଚିଛନ୍ତି ତୈଳ ରାଷ୍ଟ୍ରମନ୍ତ୍ରୀ ରାମେଶ୍ବର ତେଲି।