ବଜରଙ୍ଗ ପୁନିଆ ଆହତ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ବିଜେତା ବଜରଙ୍ଗ ପୁନିଆ ଆହତ। ଯାହାଫଳରେ ସେ ବିଶ୍ବ କୁସ୍ତି ଚମ୍ପିଆନଶିପ୍ରୁ ଓହରିଛନ୍ତି। ଟୋକିଓ ଅଲିମ୍ପିକ୍ ପୂର୍ବରୁ ଋଷରେ ହୋଇଥିବା କୁସ୍ତି ପ୍ରତିଯୋଗିତାରେ ବଜରଙ୍ଗଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ଯେଉଁଥିପାଇଁ ସେ ୬ ସପ୍ତାହ ବିଶ୍ରାମ ନେଇଥିଲେ।
ବଜରଙ୍ଗ ପୁନିଆ ସମାଚାର ଏଜେନ୍ସି ପିଟିଆଇକୁ କହିଛନ୍ତି ଯେ, ଲିଗାମେଣ୍ଟରେ ଆଘାତ ଲାଗିଛି। ଡକ୍ଟର ଦିନେଶ ୬ ସପ୍ତାହ ପାଇଁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ମୁଁ ବିଶ୍ବ କୁସ୍ତି ଚମ୍ପିଅନସିପରେ ଭାଗ ନେଇ ପାରିବି ନାହିଁ।