ଶୀଘ୍ର ପରୀକ୍ଷା ଦାବିରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ ଲ’ ଛାତ୍ରଛାତ୍ରୀଙ୍କ ଧାରଣା

ଭୁବନେଶ୍ବର: ପରୀକ୍ଷା ଦାବିରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ ଲ’ କଲେଜ ଛାତ୍ରଛାତ୍ରୀ ଙ୍କ ଧାରଣା। ଶୀଘ୍ର ପରୀକ୍ଷା କରାଇବାକୁ ନେଇ ଦାବି। ଏନେଇ ପୂର୍ବରୁ ହାଇକୋର୍ଟରେ ଅଭିଯୋଗ କରାଯାଇଥିଲା। ଅଭିଯୋଗ ମୁତାବକ କୋର୍ଟ ମଧ୍ୟ କୁଳପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ ପିଲାଙ୍କର ଭବିଷ୍ୟତ ପାଇଁ ଖୁବଶୀଘ୍ର ନିଷ୍ପତ୍ତି ନେବା ସହ ପରୀକ୍ଷା କରାଯାଉ। କୋର୍ଟଙ୍କ ନିର୍ଦ୍ଦେଶକୁ ୭ ମାସ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।
୨ ବର୍ଷର ସେମିଷ୍ଟାର ମାର୍କସିଟ ଏପର୍ଯ୍ୟନ୍ତ ବାହାରିନି କି ୨ବର୍ଷ ମଧ୍ୟରେ ଗୋଟିଏ ବି ପରୀକ୍ଷା ହୋଇନି। ଯାହା ପାଇଁ ୩ବର୍ଷର ପିଲାମାନେ ପ୍ରଭାବିତ ହେଉଛନ୍ତି। ଏଥିପାଇଁ ଆଜି ବିଶ୍ୱ ବିଦ୍ୟାଳୟର ମୁଖ୍ୟ ଫାଟକ ସାମ୍ନାରେ ବ୍ୟାନର ଧରି ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ। ଦାବି ରଖିଛନ୍ତି ତୁରନ୍ତ ବିଶ୍ୱବିଦ୍ୟାଳୟରର କୁଳପତି ଓ ପରୀକ୍ଷଶ ନିୟନ୍ତ୍ରକ ଆସି ଆଲୋଚନା କରନ୍ତୁ ଏବଂ ଏହାର ସମାଧାନ କରନ୍ତୁ।