୬୦ ଲକ୍ଷର ବ୍ରାଉନସୁଗାର ଜବତ

ବାଲେଶ୍ୱର: ରାଜ୍ୟରେ ଧଳାଜହର ବେପାର ଚେର ବହଇବାରେ ଲାଗିଛି। ପ୍ରତିଦିନ ବିପୁଳ ପରିମାଣରେ ବ୍ରାଉନସୁଗାର ଜବତ ହେଉଥିଲେ ମଧ୍ୟ ଧଳାଜହର କାରବାର ଥମୁନି। ଏହାରି ମଧ୍ୟରେ ଧଳାଜହରର ଆଡ୍ଡାସ୍ଥଳୀ ପାଲଟିଥିବା ଜଳେଶ୍ୱରରୁ ପୁଣି ବ୍ରାଉନସୁଗାର ଜବତ କରାଯାଇଛି।
ଗତ କାଲି ବିଳମ୍ବିତ ରାତିରେ ରାଜପୁର ବସ୍ତି ଉପରେ ପୋଲିସ ଚଢ଼ାଉ କରି ଆନୁମାନିକ ୬୦୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ଘଟଣାରେ ଜଣେ ମହିଳାକୁ ଅଟକ ରଖିଛି ପୋଲିସ। ଅଟକ ମହିଳା ଜଣକ ହେଲେ ସେକ ସରିଫଙ୍କ ସ୍ତ୍ରୀ ଜୟୀଗୁନ ବିବି।
ଜଳେଶ୍ୱର ପୋଲିସ କୌଣସି ସୁତ୍ରରୁ ଖବର ପାଇ ସେକ ସରିଫଙ୍କ ଘର ଉପରେ ଚଢ଼ାଉ କରିଥିଲା। ଜବତ ବ୍ରାଉନ ସୁଗାରର ବଜାରର ମୂଲ୍ୟ ୬୦ ଲକ୍ଷ ଟଙ୍କାର ଅଧିକ ହେବ ବୋଲି ପୁଲିସ ଅନୁମାନ କରୁଛି।