ଅଭିନେତ୍ରୀ ଆଲେକ୍ଜାଣ୍ଡରା ଜାଭିଙ୍କ ମୃତଦେହ ଉଦ୍ଧାର

ଗୋଆ: ସାଉଥ ଫିଲ୍ମ ‘କଞ୍ଚନା ୩’ ଫେମ୍ ଅଭିନେତ୍ରୀ ଆଲେକ୍ଜାଣ୍ଡରା ଜାଭିଙ୍କ ମୃତଦେହ ଉଦ୍ଧାର। ଅଭିନେତ୍ରୀଙ୍କ ମୃତଦେହ ଗୋଆର ଏକ ଆପାର୍ଟମେଣ୍ଟରୁ ମିଳିଛି। ଯେଉଁଠାରେ ସେ ତାଙ୍କ ବଏଫ୍ରେଣ୍ଡ ସହିତ ରହୁଥିଲେ।
ସୂଚନା ମୁତାବକ, ଅଭିନେତ୍ରୀ ଆଲେକ୍ଜାଣ୍ଡରାଙ୍କ ମୃତଦେହ ତାଙ୍କ ଘରର କିଚେନରେ ଝୁଲୁଥିବାର ଦେଖିବାକୁ ମିଳିଥିଲା। ଅଭିନେତ୍ରୀ ଏକ ନାଲି ରଙ୍ଗର ଶାଢୀ ପିନ୍ଧିଥିଲେ। ତେବେ ପୋଲିସକୁ ମୃତଦେହ ପାଖରୁ କୌଣସି ସୁସାଇଡ୍ ନୋଟ୍ ମିଳିନାହିଁ। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ଆଗକୁ ତଦନ୍ତ କରାଯିବ। ପୋଲିସର କହିବାନୁସାରେ, ଆଲେକ୍ଜାଣ୍ଡରା ଆତ୍ମହତ୍ୟା କରିଛନ୍ତି।
ରିପୋର୍ଟ ଅନୁଯାୟୀ, ଆଲେକ୍ଜାଣ୍ଡରା ମାନସିକ ଭାବରେ ଚିନ୍ତିତ ଥିଲେ। ଯାହା ପାଇଁ ସେ ମେଡିସିନ୍ ଖାଉଥିଲେ।କୁହାଯାଉଛି ଯେ ବଏଫ୍ରେଣ୍ଡ ସହ ବ୍ରେକଅପ୍ ହେତୁ ଅଭିନେତ୍ରୀ ଚିନ୍ତିତ ଥିଲେ।