ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୫ବଖରା ଘର

ଯାଜପୁର: ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଝାଲପଡ଼ା ଗାଁର ଦାସ ସାହିରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ୨ଟି ପରିବାରର ୫ ବଖରା ଘର ପୋଡି ପାଉଁଶ ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡରେ କାରଣ ଅସ୍ପଷ୍ଟ ରହିଛି।
ସୂଚନା ମୁତାବକ, ଝାଲପଡ଼ା ଗାଁରେ ଦାସସାହିରେ ହଠାତ୍ ଅଗ୍ନିକାଣ୍ଡ ଲାଗିଯାଇଥିଲା। ଦେଖୁ ଦେଖୁ ନିଆଁରେ ସାହିର ୨ଟି ପରିବାରର ୫ବଖରା ଘର ପୋଡି ପାଉଁଶ ହୋଇଯାଇଛି। ନିଆଁ ଲାଗିଥିବାର ଖବର ପାଇଁ ଅଗ୍ନିଶମ ବାହିନୀର ୩ଟି ଟିମ୍ ନିୟୋଜିତ ହୋଇଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି।