ମାଲକାନଗିରିର ୪୮ ଖଣି ଲିଜ୍ ଟେଣ୍ଡର ବାତିଲ

ମାଲକାନଗିରି: ମାଲକାନଗିରି ଲଘୁ ଖଣିଜ ବିବାଦ ମାମଲାରେ ବାତିଲ ହୋଇଛି ଖଣି ଲିଜ୍ ଟେଣ୍ଡର। ସମସ୍ତ ୪୮ଟି ଖଣି ଲିଜ୍ ଟେଣ୍ଡରକୁ ବାତିଲ କରିଛନ୍ତି ଜିଲ୍ଲାପାଳ। ସରକାରଙ୍କ ନିର୍ଦ୍ଦେଶକ୍ରମେ ଟେଣ୍ଡର ବାତିଲ କରିଛନ୍ତି ବର୍ତ୍ତମାନର ଜିଲ୍ଲାପାଳ। ଏହି ମାମଲାକୁ ନେଇ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ମାମଲାର ତଦନ୍ତ କରିଥିଲେ।
ପୂର୍ବରୁ ଟେଣ୍ଡର ବାତିଲ କରିବାକୁ ସରକାରଙ୍କୁ ସୁପାରିଶ କରିଥିଲେ ଆରଡିସି। ଖୁବଶୀଘ୍ର ସାନି ଟେଣ୍ଡର ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଏନେଇ ସୂଚନା ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ ବିଶାଲା ସିଂ।