ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ: ଶ୍ରେଷ୍ଠ ଖେଳାଳି ଅମିତ, ଶ୍ରେଷ୍ଠ କୋଚ୍ ଶିବ ପ୍ରସାଦ ଦାସ
![](https://www.odishalink.com/wp-content/uploads/2021/08/biju-patnaik-sports-award-750x430.jpg)
ଭୁବନେଶ୍ବର: ଘୋଷଣା ହେଲା ଚଳିତ ବର୍ଷ ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନ। ଏନେଇ କ୍ରୀଡା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଟୋକିଓ ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିଥିବା ଭାରତୀୟ ହକି ଟିମ୍ର ସଦସ୍ୟ ତଥା ଓଡ଼ିଆ ପୁଅ ଅମିତ୍ ରୋହି ଦାସଙ୍କୁ ରାଜ୍ୟର ଶ୍ରେଷ୍ଠ କ୍ରୀଡ଼ାବିତ୍ ଭାବେ ସମ୍ମାନ ମିଳିବା ନେଇ ସୂଚନା ଦିଆଯାଇଛି।
ସେହିପରି ହକି କୋଚ୍ କେଳୁ ଚୌଧୁରୀଙ୍କୁ ମିଳିବ ଲାଇଫ୍ଟାଇମ୍ ଆଚିଭ୍ମେଣ୍ଟ୍ ପୁରସ୍କାର। ପାରା ବ୍ୟାଡ୍ମିଣ୍ଟନ୍ କୋଚ୍ ଶିବ ପ୍ରସାଦ ଦାସଙ୍କୁ ତାଙ୍କର ଉଲ୍ଲେଖନୀୟ ପ୍ରଶିକ୍ଷଣ ପାଇଁ ଶ୍ରେଷ୍ଠ ପ୍ରଶିକ୍ଷକ ଆୱାର୍ଡରେ ସମ୍ମାନିତ କରାଯିବ।
ଆସନ୍ତା ୨୯ ତାରିଖରେ କ୍ରୀଡା ଦିବସ ପାଳିତ ହେବାକୁ ଥିବାବେଳେ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମ୍ମାନ ପ୍ରଦାନ କରିବେ। ରାଜ୍ୟରେ କ୍ରୀଡ଼ାକୁ ପ୍ରତ୍ସାହନ ଦେବାକୁ ଯାଇ ରାଜ୍ୟ ସରକାର ଏହି ପୁରସ୍କାର ଘୋଷଣା କରିଛନ୍ତି। କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଏହି ସମ୍ମାନ ପ୍ରତି ବର୍ଷ ପ୍ରଦାନ କରାଯାଉଛି । ତେବେ ଚଳିତ ବର୍ଷ କ୍ରୀଡା ସାମ୍ବାଦିକ ଆୱାର୍ଡକୁ ବାତିଲ କରାଯାଇଛି।