ଆଫଗାନିସ୍ତାନ କବଜା ପରେ ଭାରତରେ ବଢିପାରେ ଆତଙ୍କବାଦୀ ଗତିବିଧି: ବିପିନ ରାୱତ

ନୂଆଦିଲ୍ଲୀ: ତାଲିବାନୀଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ସିଡିଏସ୍ ବିପିନ ରାୱତ। ସେ କହିଛନ୍ତି, ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ଭାରତରେ ଆତଙ୍କବାଦୀ ଗତିବିଧି ବଢିପାରେ। ଏଭଳି ଆଗୁଆ ଆକଳନ କରି ସମସ୍ତ ପ୍ରକାର ପ୍ରସ୍ତୁତି କରିଛି ସେନା। ୨୦ ବର୍ଷ ତଳର ତାଲିବାନ ଓ ଏବେକାର ତାଲିବାନ ମଧ୍ୟ କୌଣସି ତଫାତ ନାହିଁ। ଏଥର କେବଳ ସହଯୋଗୀ ବଳଦାଇ ତାଲିବାନ ଫେରିଥିବା କହିଛନ୍ତିି ଜେନେରାଲ ରାୱତ।
୨୧ ବିଂଶ ଶତାବ୍ଦିରେ ଭାରତ-ଆମେରିକା ସମ୍ବନ୍ଧ ସମ୍ପର୍କିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ମତ ରଖିଛନ୍ତି ସିଡିଏସ୍। ଆଫଗାନିସ୍ତାନକୁ ତାଲିବାନ୍ କବଜା କରିବା ପରେ ଭାରତରେ ଆତଙ୍କବାଦୀଙ୍କ ଗତିବିଧି ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଥିଲା। ଏଥିପାଇଁ ଆଗୁଆ ରଣନୀତି କରି ସେନା ପ୍ରସ୍ତୁତ ହେଉଥିବା ବୋଲି ସିଡିଏସ୍ କହିଛନ୍ତି। କେବଳ ଭାରତ ନୁହଁ ପ୍ରଶାନ୍ତ ମହାସାଗରିୟ କ୍ଷେତ୍ର ପାଇଁ ଆତଙ୍କବାଦ ଏକ ବଡ଼ ବିପଦ। ଏଥିପାଇଁ ଆତଙ୍କବାଦ ବିରୋଧରେ ଯୁଦ୍ଧ ଘୋଷଣା କରାଯାଇଛି।
ତାଲିବାନମାନେ ଆଫଗାନିସ୍ତାନ ଦଖଲ କରିନେବା ପରେ ଆଫଗାନିସ୍ତାନର ଅସ୍ତ୍ରଶସ୍ତ୍ର ଭଣ୍ଡାର ତାଲିବାନ କବ୍ଜାକୁ ଚାଲି ଆସିଛି। ଏହି ଅସ୍ତ୍ର ଭଣ୍ଡାରରେ ବିପୁଳ ପରିମାଣର ଆମେରିକୀୟ ଅସ୍ତ୍ରଶସ୍ତ୍ର ରହିଥିଲା। ସୂଚନା ଅନୁସାରେ ଏହି ଅସ୍ତ୍ରଶସ୍ତ୍ର ପାକିସ୍ତାନ ବୁହାଇବାରେ ଲାଗିଛନ୍ତି। ପାକିସ୍ତାନ ଉଗ୍ରବାଦୀମାନେ ଏହି ଅସ୍ତ୍ରଶସ୍ତ୍ରକୁ ଭାରତ ବିରୋଧରେ ବ୍ୟବହାର କରିପାରନ୍ତି ବୋଲି ଆଶଙ୍କା କରାଯାଉଛି। ଏପରି ସମ୍ଭାବନାକୁ ଏଡାଇ ଦିଆଯାଇପାରେ ବୋଲି ଭାରତର ବରିଷ୍ଠ ସେନା ଅଧିକାରୀ କହିଛନ୍ତି।