ରାଜ୍ୟରେ ଖୁବଶୀଘ୍ର ଇ-ଯାନ ନୀତି ଲାଗୁ

ଭୁବନେଶ୍ୱର: ରାଜ୍ୟରେ ଖୁବଶୀଘ୍ର ଆସୁଛି ଇ-ଯାନ ନୀତି। ପେଟ୍ରୋଲ-ଡିଜେଲ ଦର ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ସରକାର ମଧ୍ୟ ବିଦ୍ୟୁତ୍ ଚାଳିକ ଯାନକୁ କିଣିବା ପାଇଁ ପ୍ରୋତ୍ସାହିତ କରୁଛନ୍ତି। ବ୍ୟାଟେରୀ, ବିଦ୍ୟୁତ ଚାଳିତ ଗାଡି ପାଇଁ ମିଳିବ ରିହାତି। ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ମଡେଲକୁ ଆପଣାଇବ ଓଡ଼ିଶା। ଏନେଇ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ପ୍ରଦୂଷଣ ରୋକିବା।
ତେବେ ବିଦ୍ୟୁତ ଚାଳି ଯାନ କିଣିବାକୁ ପ୍ରୋତ୍ସାହନ ଦେବେ ସରକାର। ୨ ଚକିଆ ଯାନ ପାଇଁ ସରକାର ୫ ହଜାର ଟଙ୍କାର ରିହାତି ଦେବେ।ସେହିପରି ୩ ଚକିଆ ଯାନ ପାଇଁ ୧୨ ହଜାର ଟଙ୍କାର ରିହାତି ମିଳିବା ସହ ୪ ଚକିଆ ଯାନ ପାଇଁ ସର୍ବାଧିକ ୧ ଲକ୍ଷ ଟଙ୍କାର ରିହାତି ଦେବେ ସରକାର। ସରକାରୀ ଅଫିସ ବିଦ୍ୟୁତ ଚାଳିତ ଯାନ କିଣିଲେ ଅଧିକ ରିହାତି ମିଳିବ।
କମ୍ପାନୀ ମଧ୍ୟ ବିଦ୍ୟୁତ ଚାଳିତ ଯାନ କିଣିଲେ ଅଧିକ ରିହାତି ମିଳିବ। ଖୁବଶୀଘ୍ର ଏନେଇ ଘୋଷଣା କରିପାରନ୍ତି ଓଡ଼ିଶା ସରକାର। ଏହା ବ୍ୟତୀତ ରୋଡ୍ ଟ୍ୟାକ୍ସ ଓ ପଞ୍ଜିକରଣ ଫି ଛାଡ କରିପାରନ୍ତି ସରକାର। ବିଦ୍ୟୁତ ଚାଳିତ ଯାନ ନିର୍ମାଣକୁ ଏହା ମାଦ୍ୟମରେ ପ୍ରୋତ୍ସାହିତ କରାଯିବ। ବିଦ୍ୟୁତ୍ ଚାଳିତ ଯାନର ଯନ୍ତ୍ରାଂଶ ଓ ବ୍ୟାଟେରୀ ପ୍ରସ୍ତୁତିକୁ ପ୍ରୋତ୍ସାହନ ମିଳିବ।