ରାଜ୍ୟରେ ଶିଶୁଙ୍କୁ କରୋନା: ୪ ନବଜାତଙ୍କ ସମେତ ୧୦ ପଜିଟିଭ, ୩ମାସର ଶିଶୁ ମୃତ

ବାଲେଶ୍ବର: କରୋନାର ସାମ୍ଭବ୍ୟ ତୃତୀୟ ଲହରରେ ଅଧିକ ଶିଶୁ ଆକ୍ରାନ୍ତ ହେବେ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ପ୍ରତିଦିନ ରାଜ୍ୟରେ ଶହେରୁ ଅଧିକ ଶିଶୁ ଆକ୍ରନ୍ତ ହେଉଥିବା ବେଳେ ଆଜି ପୁଣି ୧୩୦ ଜଣ ଶିଶୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାରି ମଧ୍ୟରେ ବଲାଙ୍ଗିରରେ କରୋନାରେ ଜଣେ ତିନି ମାସର କଅଁଳ ଶିଶୁର ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏଥିସହ ବାଲେଶ୍ବରରେ ୪ ନବଜାତ ଶିଶୁଙ୍କ ସମେତ ୧୦ ଶିଶୁ କରୋନା ପଜିଟିଭ୍ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ଶିଶୁଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆକ୍ରାନ୍ତଙ୍କ ମଧ୍ୟରେ ୧ରୁ ୨୭ ଦିନ ମଧ୍ୟରେ ୪ ଜଣ ଶିଶୁ ରହିଛନ୍ତି। ସେହିପରି ୧ ବର୍ଷ ମଧ୍ୟରେ ୩ ଜଣ ଏବଂ ୧୦ ବର୍ଷ ମଧ୍ୟରେ ୩ ଜଣ ଶିଶୁ ରହିଛନ୍ତି । ଏନେଇ ସଡିଏମଓ ଦୁଲାଲ ସେନ ଜଗଦେବ ସୂଚନା ଦେଇଛନ୍ତି।
୧୮ ବର୍ଷରୁ କମ ବୟସର ପିଲାଙ୍କୁ ଏପର୍ଯ୍ୟନ୍ତ ଟକା ଦିଆଯାଇ ନ ଥିବାରୁ ଶିଶୁମାନେ ଆକ୍ରାନ୍ତ ହେଉଛନ୍ତି। ଓଡ଼ିଶାରେ ୧୮ ବର୍ଷରୁ କମ ବୟସର ୮୪ ହଜାରରୁ ଅଧିକ ପିଲା ଆକ୍ରାନ୍ତ ହୋଇଛନ୍ତି।