ଦେଶରେ କରୋନା: ୨୩% ବଢ଼ିଲା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ପୁଣି ବଢିଲା କରୋନାର ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ୨୩% ବଢ଼ିଲା କରେନା ସଂକ୍ରମିତଙ୍କ ସଂଖ୍ୟା ଗୋଟିଏ ଦିନରେ ୪୬ ହଜାର ୧୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ୬୦୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ୩୪ ହଜାର ୧୫୯ ଜଣ ଆରୋଗ୍ୟ ହୋଇଛନ୍ତି। ରିକଭରି ରେଟ୍ ୯୭. ୬୩ ପ୍ରତିଶତ ରହିଛି।
ଦେଶରେ ସକ୍ରିୟ ମାମଲା ୩ ଲକ୍ଷ ୩୩ ହଜାର ୭୨୫ରେ ପହଂଚିଛିି। ଯେଉଁ ରାଜ୍ୟରେ ଦେଶର କରୋନା ସଂକ୍ରମଣର ପ୍ରଥମ କେସ ଚିହ୍ନଟ ହୋଇଥିଲା ସେଠାରେ କରୋନା ସଂକ୍ରମଣ ବଢି ବଢି ଚାଲିଛି। ଦେଶରେ ସମ୍ଭାବ୍ୟ ତୃତୀୟ ଲହର ନେଇ ଆଶଙ୍କା ଓ ଆକଳନ ଲାଗି ରହିଥିବା ବେଳେ କେରଳର ଦୈନିକ ସଂକ୍ରମଣ ଏବେ ଚିନ୍ତାର କାରଣ ପାଲଟିଛି।
ଗତ ୨୪ ଘଂଟାରେ କେରଳରେ ୩୧ ହଜାର ୪୪୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ କିଛି ଦିନ ଧରି କେରଳରେ ସବୁଠୁ ଅଧିକ ସଂକ୍ରମଣ ଚିହ୍ନଟ ହେଉଛନ୍ତି । କେରଳରୁ ତୃତୀୟ ଲହର ଆରମ୍ଭ ହେଲା କି, ଏହି ସନ୍ଦେହ ସୃଷ୍ଟି ହୋଇଛି।