ପରଲୋକରେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଉମାଶଙ୍କର ମିଶ୍ର

ନୂଆଦିଲ୍ଲୀ: ପରଲୋକରେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଉମାଶଙ୍କର ମିଶ୍ର। ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଉମାଶଙ୍କର। ଗୁରୁବାର ଅପରାହ୍ନରେ ତାଙ୍କର ମୃତ୍ୟୁ ହୋଇଛି।
ଏକମାତ୍ର ଓଡ଼ିଆ ଭାବରେ ସିବିଆଇ ନିର୍ଦ୍ଦେଶକ ରହିଥିବା ଉମାଶଙ୍କର ମିଶ୍ର ୨୦୦୩ରେ ସିବିଆଇ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ୧୯୬୮ ବ୍ୟାଚ ଓଡ଼ିଶା କ୍ୟାଡରର ଆଇପିଏସ ଅଫିସର ଉମାଶଙ୍କର ଓଡ଼ିଶାର ଏକମାତ୍ର ବ୍ୟକ୍ତି ଭାବରେ ସିବିଆଇ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।