ମା’ ହେଲେ ଟିଏମ୍ସି ସାଂସଦ ନୁସରତ୍, ପ୍ରେଗ୍ନାନ୍ସିକୁ ନେଇ ହୋଇଥିଲା ବିବାଦ

କୋଲକାତା: ମା’ ହେଲେ ଟିଏମ୍ସି ସାଂସଦ ତଥା ବଙ୍ଗାଳି ଅଭିନେତ୍ରୀ ନୁସରତ ଜହାଁ। ଆଜି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି ସେ। ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ସୂଚନା ରହିଛି। ଗତକାଲି ନୁସରତଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଭିନେତା ୟଶ ଦାସଗୁପ୍ତା ନୁସରତଙ୍କୁ ହସ୍ପିଟାଲ ନେଇ ଆସିଥିଲେ।
ପୁତ୍ର ସନ୍ତାନକୁ ଜନ୍ମ ଦେବା ପୂର୍ବରୁ ନୁସରତ ତାଙ୍କର ଏକ ଫଟୋକୁ ନିଜ ଇନ୍ଷ୍ଟାଗ୍ରାମରେ ଶେଆର କରିଥିଲେ। ଲେଖିଥିଲେ ଯେ ଡର ଆଗରେ ଭରଷା। ଏବେ ସେ ମା’ ହେବା ପରେ ତାଙ୍କ ପାଖକୁ ରାଜନୀତି ଜଗତ ଠାରୁ ଆରମ୍ଭ କରି ଫିଲ୍ମ ଜଗତ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି।
ସୂଚନା ମୁତାବକ ନୁସରତଙ୍କ ପ୍ରେଗ୍ନାନ୍ସିକୁ ନେଇ ବିବାଦ ଉଠିଥିଲା। ଅନେକ ଦିନ ଧରି ନୁସରତ ଗର୍ଭବତୀ ଥିବା ଖବର ଶୁଣିବାକୁ ମିଳିବା ପରେ ନୁସରତ ନିଜେ ବେବି ବମ୍ପକୁ ଦେଖାଇ ଏକ ଫଟୋ ଶେଆର କରିଥିଲେ। ପରେ ଏହି ଫଟୋ ଭାଇରାଲ ହୋଇଥିଲା। ଏହାପରେ ସେ ଗର୍ଭବତୀ ଥିବା ନେଇ ଖୁଲାସା ହୋଇଥିଲା। ସେପଟେ ଏହି ସମୟରେ ନିଖିଲ ଜୈନଙ୍କ ସହ ତାଙ୍କ ବିବାହକୁ ନେଇ ମଧ୍ୟ ଅନେକ ବିବାଦ ଉଠିଥିଲା। ଏପରିକି ସଂସଦ ଯାଏ ମଧ୍ୟ କଥା ଯାଇଥିଲା।