ଏ ବର୍ଷ ବି କମିଲା ଯୁକ୍ତ ୨ ସିଲାବସ୍
ଭୁବନେଶ୍ବର: ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ହ୍ରାସ ପାଇବ ଯୁକ୍ତ ଦୁଇ ସିଲାବସ୍। ଏ ବର୍ଷ ବି ୩୦ ପ୍ରତିଶତ ସିଲାବସ୍ ହ୍ରାସ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାଉନସିଲ ବୈଠକରେ ଗୁରୁବାର ଏ ସଂପର୍କରେ ନିଷ୍ପତ୍ତି ନିଆଯାଇଛି। ଏଥିସହ ଛାତ୍ର-ଛାତ୍ରୀ ଇଣ୍ଟରନାଲ ପରୀକ୍ଷା ଦେବେ। ଏ ବିଷୟରେ ଗୁରୁବାର ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପାଧ୍ୟକ୍ଷ ତୁଷାରକାନ୍ତି ତ୍ରିପାଠୀ।
ସେ ସୂଚନା ଦେଇ ଆହୁରି କହିଛନ୍ତି ଯେ, ମହାମାରୀ ଭଳି ସ୍ଥିତି ବଳବତ୍ତର ରହିଲେ ମୂଲ୍ୟାୟନ ପାଇଁ ବ୍ୟବସ୍ଥା କରାଯିବ। ସେହି ଅନୁସାରେ ପ୍ରଥମ ବର୍ଷ ଏବଂ ଦ୍ଵିତୀୟ ବର୍ଷରେ ହେବ ଇଣ୍ଟରନାଲ ପରୀକ୍ଷା। ପ୍ରଥମ ବର୍ଷରେ ୩ଟି ଓ ଦ୍ଵିତୀୟ ବର୍ଷରେ ବି ୩ଟି ଇଣ୍ଟରନାଲ କରାଯିବ। ପ୍ରତି କ୍ଵାର୍ଟରରେ ୩୦ ନମ୍ବର ବିଶିଷ୍ଟ ଇଣ୍ଟରାନଲ ହେବ। ୩୦ ନମ୍ବରରୁ ୨୦ ନମ୍ବର ଥିଓରୀ ଓ ୧୦ ନମ୍ବର ପ୍ରାକ୍ଟିକାଲ ହେବ। ସମସ୍ତ ଟର୍ମିନାଲ ପରୀକ୍ଷା ସଂପୃକ୍ତ କଲେଜ କର୍ତ୍ତୃପକ୍ଷ ପରିଚାଳନା କରିବେ।
ପ୍ରଥମ ବର୍ଷ ଶେଷରେ ଓ ଦ୍ଵିତୀୟ ବର୍ଷ ଶେଷରେ ବାର୍ଷିକ ପରୀକ୍ଷା ହେବ। ମହାମାରୀ ସ୍ଥିତି ନଉପୁଜିଲେ ବାର୍ଷିକ ପରୀକ୍ଷା ଆଧାରରେ ରେଜଲ୍ଟ ପ୍ରକାଶ ପାଇବ। ମହାମାରୀ ପାଇଁ ପରୀକ୍ଷା ବନ୍ଦ ହେଲେ ଟର୍ମ ପରୀକ୍ଷା ଭିତ୍ତିରେ ରେଜଲ୍ଟ ଆସିବ। ସରକାର ନିଷ୍ପତି ନେବେ ଦ୍ଵିତୀୟ କ୍ୱାଟର ଇଣ୍ଟର ନାଲରେ ପଡିଥିବା ପ୍ରଶ୍ନ ତୃତୀୟରେ ଯେମିତି ପଡିବନି। ପିଲାଙ୍କ ବୋଝ କମେଇବା ପାଇଁ ଏହା କରାଯାଇଛି ବୋଲି ବୋଲି କହିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପାଧ୍ୟକ୍ଷ ତୁଷାରକାନ୍ତି ତ୍ରିପାଠୀ।