ପାକିସ୍ତାନ ଆମର ଦ୍ଵିତୀୟ ଘର: ତାଲିବାନ
ନୂଆଦିଲ୍ଲୀ: ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଆଫଗାନିସ୍ତାନର ସ୍ଥିତି। ଆଫଗାନିସ୍ତାନ କବ୍ଜା କରିବା ପରେ ତାଲିବାନ ଏବେ ସରକାର ଗଠନ କରିବା ଆରମ୍ଭ କରିଛି। ଏସବୁ ମଧ୍ୟରେ ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ କହିଛନ୍ତି ତାଲିବାନ ପାକିସ୍ତାନକୁ ନିଜର ଦ୍ଵିତୀୟ ଘର ମାନିଥାଏ। ଆଫଗାନିସ୍ତାନର ମାଟି ଏମିତି କୌଣସି ପ୍ରକାରର ଗତିବିଧିକୁ ଅନୁମତି ଦେବ ନାହିଁ ଯାହା ପାକିସ୍ତାନ ହିତ ବିରୋଧରେ ଥିବ। ଏହା ପୂର୍ବରୁ ତାଲିବାନ ମୁଖପାତ୍ର ମୁଜାହିଦ ଭାରତକୁ ଗୁରୁତ୍ଵପୂର୍ଣ୍ଣ ପଡୋଶୀ ଦର୍ଶାଇ ସୁସଂପର୍କ ବଜାୟ ରଖିବାକୁ ଇଚ୍ଛା ପ୍ରକାଶ କରିଥିଲେ।
ଏକ ଟିଭି ଚ୍ୟାନେଲ ସହ ସାକ୍ଷାତକାର ସମୟରେ ତାଲିବାନ ମୁଖପାତ୍ର କାବୁଲରେ ସରକାର ଗଠନଠୁ ନେଇ ମହିଳାଙ୍କ ସୁରକ୍ଷା ଓ ଅଧିକାରୀଙ୍କ ବିଷୟରେ ଆଲୋଚନା କରିଛନ୍ତି। ଆମେ ସମସ୍ତ ଦେଶ ସହ ସୁସଂପର୍କ ଚାହୁଁଛୁ। ଏଥିରେ ଭାରତ ମଧ୍ୟ ସାମିଲ, ଯିଏ ଆଫଗାନିସ୍ତାନର ଗୁରୁତ୍ଵପୂର୍ଣ୍ଣ ପଡୋଶୀ। ଆମର ଇଚ୍ଛା ଭାରତ ଆଫଗାନ ଜନତାଙ୍କ ରାୟ ମୁତାବକ ନିଜର ନୀତି ପ୍ରସ୍ତୁତ କରୁ ବୋଲି ତାଲିବାନ ମୁଖପାତ୍ର କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, ଓସାମା ବିନ ଲାଡେନ ୯/୧୧ ଆକ୍ରମଣରେ ସାମିଲ୍ ଥିଲା। ଏହାର କୌଣସି ପ୍ରମାଣ ନାହିଁ। ୨୦ ବର୍ଷର ଲଢେଇ ପରେ ମଧ୍ୟ ଏହାର କୌଣସି ପ୍ରମାଣ ମଧ୍ୟ ନାହିଁ। ତାଲିବାନର ପ୍ରତ୍ୟାର୍ତ୍ତନ ପରେ ଆତଙ୍କୀ ସଂଗଠନ ଅଲକାଏଦା ପୁଣି ଥରେ ମୁଣ୍ଡ ଟେକିବାର ବିପଦ ଘନେଇବାରେ ଲାଗିଛି।