ଲିଙ୍ଗରାଜ ମନ୍ଦିର ପାଇଁ ବିଏମସିର ଗାଇଡଲାଇନ ଜାରି

ଭୁବନେଶ୍ୱର: ଆସନ୍ତା ୧ ତାରିଖରୁ ଖୋଲିବାକୁ ଯାଉଛି ଲିଙ୍ଗରାଜ ମନ୍ଦିର। ଏଥିପାଇଁ ବିଏମସି ପକ୍ଷରୁ ନୂତନ ଗାଇଡଲାଇନ ଜାରି କରାଯାଇଛି। ଦୁଇଟି ଡୋଜର ଟିକା ନେଇଥିବା ଶ୍ରଦ୍ଧାଳୁଙ୍କୁ ମନ୍ଦିର ପ୍ରବେଶର ଅନୁମତି ମିଳିବ। ଟିକା ପ୍ରମାଣପତ୍ର ଦେଖି ମନ୍ଦିରରେ ପ୍ରବେଶ କରିବାକୁ ଦିଆଯିବ। ଗର୍ଭଗୃହ ଦର୍ଶନ ବନ୍ଦ ରଖାଯିବ ଏବଂ ଏକା ଥରକେ ୧୦୦ ଜଣ ଭକ୍ତଙ୍କୁ ଦର୍ଶନର ଅନୁମତି ପ୍ରଦାନ କରାଯିବ।
ଶ୍ରଦ୍ଧାଳୁଙ୍କ ନିକଟରୁ ଭୋଗ ଗ୍ରହଣ ଉପରେ କଟକଣା ଜାରି କରାଯାଇଛି। ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ ରଖାଯାଇଛି। ଏହା ବ୍ରତିତ ରୋଗାକ୍ରାନ୍ତ, ବୟସ୍କ ଗର୍ଭବତୀ ଓ ୧୮ ବର୍ଷରୁ କମ ବୟସର ଭକ୍ତଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଏହି ନିୟମ ଉଲ୍ଲଂଘନ କଲେ ମନ୍ଦିର ଖୋଲାଯିବା ନିଷ୍ପତ୍ତି ପ୍ରତ୍ୟାହାର କରାଯିବ ବୋଲି ବିଏମସି ପକ୍ଷରୁୁ କୁହାଯାଇଛି।