ପୁରୀ: ସେବାୟତଙ୍କୁ ମିଳିବ ଘର, ନିର୍ମାଣ ହେବ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ
ପୁରୀ: ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଘର। ପ୍ରଥମ ପର୍ଯ୍ୟାୟରେ ୪୦୦ ସେବାୟତଙ୍କୁ ଘର ମିଳିବ। ୮ ଏକର ଜମିରେ ନିର୍ମାଣ ହେବ ସେବାୟତଙ୍କ ଘର।ଶ୍ରୀମନ୍ଦିର ପରିଚାଳନା ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର। କେବଳ ସେତିକି ନୁହେଁ ଘର ନିର୍ମାଣ କରିବା ପାଇଁ ପ୍ରତି ସେବାୟତଙ୍କୁ ୨ ଲକ୍ଷ ଟଙ୍କା ଦିଆଯିବ। ସେବାୟତ ଚାହିଁଲେ ନିଜ ଖର୍ଚ୍ଚରେ ମଧ୍ୟ ଘରକୁ ଆହୁରି ବଢାଇପାରିବେ। ପରିବାର ପିଛା ୬ ଶହ ବର୍ଗଫୁଟ ଜମି ମିଳିବ ବୋଲି ସୂଚନା ରହିଛି।
ପୁରୀରେ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ନିର୍ମାଣ ପାଇଁ ଶ୍ରୀମନ୍ଦିର ପରିଚାଳନା ବୈଠକରେ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ସୋସାଇଟି ଗଠନ ହେବ। ପରିଚାଳନା କମିଟି ଅଧୀନରେ ସୋସାଇଟି ଗଠନ ହେବ। ଶ୍ରୀମନ୍ଦିର ଗୁରୁକୁଳ ଫଣ୍ଡ ଗଠନ ହେବ। ଫଣ୍ଡ ମାଧ୍ୟମରେ ଗୁରୁକୁଳର ବିକାଶ କରାଯିବ। ୧୭ ଏକର ଜମି ମାଟିତୋଟାରେ ଗୁରୁକୁଳ ପାଇଁ ବ୍ୟବହାର ହେବ। ଗଜପତି ମହାରାଜା ସୋସାଇଟିର ଚେୟାରମ୍ୟାନ ରହିବେ। ଗୋଟିଏ ସଂସ୍ଥା ସହ ଗୁରୁକୁଳ ପାଇଁ ଏମଓୟୁ ହେବ। ଆଦର୍ଶ ଗୁରୁକୁଳ ପାଇଁ ଓଡିଶା ସରକାର ସମସ୍ତ ଖର୍ଚ୍ଚ କରିବେ। ଏହି ପ୍ରକଳ୍ପରେ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ ହେବ।
ଏହାବାଦ୍ ଶ୍ରୀମନ୍ଦିର ରକ୍ଷାଣବେକ୍ଷଣ ପାଇଁ ୫ ବର୍ଷିୟା ପ୍ଲାନିଂ ହେବ। ଏହା ବାବଦରେ ଏଏସ୍ଆଇ ଠାରୁ ପ୍ଲାନ ଆହ୍ଵାନ କରାଯିବ। ମନ୍ଦିର ପ୍ରଶାସନ ସହ ମିଶି ଏଏସ୍ଆଇ ମନ୍ଦିର ରକ୍ଷାଣବେକ୍ଷଣ ନେଇ ନିଷ୍ପତ୍ତି ନେବ।