ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ବର: ଗୁରୁବାର ସନ୍ଧ୍ୟାରେ ଅନଷ୍ଠିତ ହେବ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ। ଆଜି ହେବାକୁ ଥିବା ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର। ବିଶେଷକରି ପଞ୍ଚାୟତିରାଜ ବ୍ୟବସ୍ଥାରେ ସଂରକ୍ଷଣ ନେଇ କେତେକ ସଂଶୋଧନ ପ୍ରସ୍ତାବ ରହିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।
ଲୋକସେବା ଭବନରେ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ପ୍ରାୟ ୯ଟିରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆସିବାକୁ ରହିଛି। ଏଥିରେ ପଞ୍ଚାୟତିରାଜ ସଂରକ୍ଷଣ ନିୟମର ସଂଶୋଧନ ପ୍ରସ୍ତାବ ସହିତ ସ୍ୱାସ୍ଥ୍ୟ ବିଭାଗର ଡାକ୍ତରଙ୍କ କ୍ୟାଡର ପୁନର୍ଗଠନ କରାଯିବା ପାଇଁ ପ୍ରସ୍ତାବ ଆସିବ। ଏହାବାଦ୍ ପରିବହନ ବିଭାଗ ପକ୍ଷରୁ ‘ଇ-ଯାନ’ ନୀତି ଭଳି ବିଭିନ୍ନ ବିଭାଗର କ୍ୟାଡ଼ର ପୁନର୍ଗଠନ ସହିତ ପାନୀୟଜଳ ଯୋଗାଣ ଟେଣ୍ଡର ଭଳି କେତେକ ପ୍ରସ୍ତାବ ଆସିବାକୁ ରହିଥିବା ଜଣାଯାଇଛି।