ଡ୍ରଗ୍ସ ଲିଙ୍କ୍ ନେଇ ଅରମାନ କୋହଲିଙ୍କ ଘରେ ଏନସିବିର ଚଢାଉ

ମୁମ୍ବାଇ: ବଲିଉଡରେ ଡ୍ରଗ୍ସ ଲିଙ୍କ୍ କାରବାରର ପର୍ଦ୍ଦାଫାସ କରିବାକୁ ତଦନ୍ତ ଜାରି ରଖିଛି ଏନସିବି। ଏହାରି ମଧ୍ୟରେ ବଲିଉଡ କଳାକାର ଅରମାନ କୋହଲିଙ୍କ ଘରେ ନର୍କୋଟିକ୍ସ କଂଟ୍ରୋଲ୍ ବ୍ୟୁରୋ ଚଢ଼ାଉ କରିଛି। ଏବେ ବି ଯାଞ୍ଚ ଜାରି ରହିଥିବା ସୂଚନା ମିଳିଛି। ଏହା ପୂର୍ବରୁ ୨୦୧୮ରେ ଘରେ ୪୧ ବୋତଲ୍ ମଦ ବୋତଲ ରଖିବା ଅଭିଯୋଗରେ ଅବକାରୀ ବିଭାଗ ଅରମାନଙ୍କୁ ଗିରଫ କରିଥିଲା।
ନିୟମ ଅନୁସାରେ ଜଣେ ବ୍ୟକ୍ତି ଘରେ ୧୨ ବୋତଲ ମଦ ରଖିପାରିବେ। କିନ୍ତୁ ଅରମାନଙ୍କ ପାଖରେ ୪୧ରୁ ଅଧିକ ମଦ ବୋତଲ ଥିଲା। ଏହା ସହ ପ୍ରାୟ ବୋତଲ ବିଦେଶୀ କମ୍ପାନୀର ବୋଲି ଜଣାପଡ଼ିଥିଲା।
ଅରମାନ କୋହଲି ବିଗ ବସ୍-୭ ର ଜଣେ କଣ୍ଟେଷ୍ଟାଣ୍ଟ ଥିଲେ। ସେ ଦୁଷ୍ମନ ଜମାନା, କୋହରା, ବୀର, ଜାନୀ ଦୁଷ୍ମନ,ଏଲଓସି କାର୍ଗିଲ ଓ ପ୍ରେମ ରତନ ଧନ ପାଓ ଭଳି ଚଳଚିତ୍ରରେ ଅଭିନୟ କରି ବେଶ ଲୋକପ୍ରିୟ ହୋଇପାରିଥିଲେ।