ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଗୁପ୍ତାଙ୍ଗ ସିଲେଇ କରିଦେଲା ସ୍ବାମୀ

ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀର ଗୁପ୍ତାଙ୍ଗ ସିଲେଇ କରିଦେଲା ସ୍ବାମୀ
ନୂଆଦିଲ୍ଲୀ: ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଗୁପ୍ତାଙ୍ଗ ସିଲେଇ କରିଦେଲା ସ୍ବାମୀ। ଏଭଳି ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି ମଧ୍ୟପ୍ରଦେଶର ସଙ୍ଗରୌଲୀ ଜିଲ୍ଲାରୁ। ଜଣେ ୫୭ ବର୍ଷିୟ ବ୍ୟକ୍ତି ନିଜ ସ୍ତ୍ରୀର ପ୍ରାଇଭେଟ୍ ପାର୍ଟକୁ ଛୁଞ୍ଚି ସୂତାରେ ସିଲେଇ ଦେଇଛି। ପୀଡ଼ିତାଙ୍କ ଅଭିଯୋଗରେ ପୁଲିସ୍ ମାମଲା ରୁଜୁ କରିଛି।
ସ୍ୱାମୀଙ୍କୁ ନିଜର ପତ୍ନୀ ଆଉ ଜଣେ ପୁରୁଷଙ୍କ ସହ ଅବୈଧ ସଂପର୍କ ଥିବାର ସନ୍ଦେହ ହେଉଥିଲା। ତେଣୁ ସେ ନିଜର ପତ୍ନୀଙ୍କ ଗୁପ୍ତାଙ୍ଗକୁ ଛୁଞ୍ଚି ସୂତାରେ ସିଲ୍ କରିଦେଲେ। ତେବେ ଏପରି କାଣ୍ଡ ଘଟାଇବା ପୁର୍ବରୁ ସ୍ତ୍ରୀ ସହିତ ଝଗଡ଼ା ହୋଇଥିଲା। ଆଉ ରାଗରେ ଆସି ଅଭିଯୁକ୍ତ ସ୍ୱାମୀ ପ୍ରଥମେ ସ୍ତ୍ରୀକୁ ମାରପିଟ୍ କରିଥିଲା ଓ ତାପରେ ପ୍ରାଇଭେଟ୍ ପାର୍ଟକୁ ଛୁଞ୍ଚି ସୂତାରେ ସିଲାଇଦେଇଥିଲା।
ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ନେଇ ପୀଡ଼ିତାଙ୍କ ମେଡିକାଲ ପରୀକ୍ଷା କରାଯାଇଛି। ଏଥିସ ଏଫ୍ଆଇଆର୍ ରୁଜୁ କରାଯାଇଛି। ବର୍ତ୍ତମାନ ପୀଡ଼ିତ ମହିଳାଙ୍କ ପତି ଫେରାର ଅଛନ୍ତି।