ପାରା ଅଲିମ୍ପିକ୍ସ: ଜାଭେଲିନରେ ଭାରତକୁ ଆଉ ୨ ପଦକ
![](https://www.odishalink.com/wp-content/uploads/2021/08/Devendra_Jhajharia22-600x430.jpg)
ନୂଆଦିଲ୍ଲୀ: ଟୋକିଓ ପାରା ଅଲିମ୍ପିକ୍ସରେ ଆଜି ଭାରତ ପାଇଁ ବର୍ଷା। ପାରା ଅଲିମ୍ପିକ୍ସ ଜାଭେଲିନ ଥ୍ରୋରେ ଭାରତକୁ ମିଳିଛି ଆଉ ୨ ପଦକ। ଏଥିରେ ଦେବେନ୍ଦ୍ର ଝାଝାରିଆ ରୌପ୍ୟ ପଦକ ଜିତିଛନ୍ତି। ସେହିପରି ସୁନ୍ଦର ସିଂହ ଜିତିଛନ୍ତି ବ୍ରୋଞ୍ଚ ପଦକ। ଏହି କ୍ରମରେ ଭାରତର ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି।
ଆଜି ସକାଳୁ ଭାରତକୁ ମୋଟ ୪ଟି ପଦକ ମିଳିଛି। ଟୋକିଓ ପାରା ଅଲିମ୍ପିକ୍ସରେ ସୁଟିଂରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଅବନୀ ଲେଖରା । ମହିଳା ୧୦ ମିଟର ଏୟାର ପିସ୍ତଲ ରାଇଫଲରେ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୧୯ ବର୍ଷୀୟ ଏହି ସୁଟର ମହିଳାଙ୍କ ୧୦ ମିଟର କ୍ଲାସ ଏସଏଚ୧ରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ପୁରୁଷ ଡିସକସ୍ ଥ୍ରୋ’ରେ ରୌପ୍ୟ ପଦକ ଜିତିଛନ୍ତି ଯୋଗେଶ। F56 କାଟାଗୋରୀରରେ ସେ ରୌପ୍ୟ ପଦକ ହାସଲ କରିଛନ୍ତି।