ଜାଭେଲିନ୍ ଥ୍ରୋରେ ସୁମିତ୍ଙ୍କ ବିଶ୍ବ ରେକର୍ଡ, ଟୋକିଓରେ ଜିତିଲେ ସ୍ବର୍ଣ୍ଣ

ଟୋକିଓ: ଚଳିତ ଟୋକିଓ ପାରାଲିମ୍ପିକ୍ସର ୬ଷ୍ଠ ଦିନରେ ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ। ଷଷ୍ଠ ଦିନରେ ଭରତୀୟ ଖେଳାଳି ହାତେଇଛନ୍ତି ୫ ପଦକ। ଅବନୀ ଲେଖରାଙ୍କ ପରେ ସୋମବାର ସୁମିତ୍ ଅନ୍ତିଲ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସୁମିତ୍ ପୁରୁଷ ଜାଭେଲିନ୍ ଥ୍ରୋ’ ଏଫ୍-୬୪ ବର୍ଗରେ ଏହି ଐତିହାସିକ ସଫଳତା ହାସଲ କରିଛନ୍ତି। ସୁମିତ୍ ୬୮.୦୮ ମିଟର ଥ୍ରୋ’ କରି ବିଶ୍ୱ ରେକର୍ଡ ସ୍ଥାପନ କରିବା ସହ ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଛନ୍ତି।
G🥇LD FOR INDIA! 🇮🇳
Sumit Sumit wins #gold in the men's javelin throw F64 with a new world record of 68.08!
First #ParaAthletics gold medal for @ParalympicIndia at #Tokyo2020 #silver Michal Burian #AUS 66.29 #bronze Dulan Kodithuwakku #SRI 65.61 #Paralympics pic.twitter.com/RxI9nZmyEU
— #ParaAthletics #Tokyo2020 (@ParaAthletics) August 30, 2021
ସୁମିତଙ୍କ ଏହି ସ୍ୱର୍ଣ୍ଣ ସହ ଚଳିତ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୭ରେ ପହଞ୍ଚିଛି। ଭାରତ ଚଳିତ ଗେମ୍ସରେ ୨ ସ୍ୱର୍ଣ୍ଣ, ୪ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛି। ତେବେ ବିନୋଦ କୁମାର ଅଯୋଗ୍ୟ ଘୋଷିତ ହେବାରୁ ସେ ବ୍ରୋଞ୍ଜ ପଦକ ହରାଇଛନ୍ତି। ସୋମବାର ଅବନୀ ଶୁଟିଂ ଇଭେଣ୍ଟରେ ମହିଳାଙ୍କ ଆର୍-୨ ୧୦ ମିଟର୍ ଏୟାର୍ ରାଇଫଲ୍ କ୍ଲାସ୍ ଏସଏଚ୍-୧ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ ମଧ୍ୟ ପାରାଲିମ୍ପିକ୍ସରେ ପ୍ରଥମ ମହିଳା ଭାବେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।