କରୋନା ନେଲା ଆଉ ଏକ ଶିଶୁର ଜୀବନ

ଭୁବନେଶ୍ୱର: ରାଜ୍ୟରେ ପୁଣି ପୁଣି ଚିନ୍ତା ବଢ଼ାଇଲାଣି କରୋନା ମହାମାରୀ। ପ୍ରତିଦିନ ୧୦୦ ଅଧିକ ଶିଶୁ ପଜିଟିଭ୍ ହେଉଛନ୍ତି। ଏହାରି ମଧ୍ୟରେ ରାଜ୍ୟରେ କରୋନାରେ ପୁଣି ଏକ ଶିଶୁର ମୃତ୍ୟୁ ହୋଇଛି। ମୃତ୍ୟୁ ଶିଶୁ କନ୍ୟା ମାତ୍ର ୨ ମାସ ହୋଇଥିବା ବେଳେ ସେ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାପଡିଛି। କରୋନାରେ ଶିଶୁ କନ୍ୟାର ମୃତ୍ୟୁକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପଟେ ରାଜ୍ୟରେ ଆଜି ୬୩୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୩୬୭ ଓ ସ୍ଥାନୀୟ ଅଞ୍ଚଳରୁ ୨୭୧ ଜଣ ଚିହ୍ନଟ ହେବା ସହ ୧୧୦ ଜଣ ୧୮ ବର୍ଷରୁ କମ୍ ବୟସର ପିଲା ସଂକ୍ରମିତ ହୋଇଛନ୍ତି। ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୮ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୭,୯୬୯କୁ ବୃଦ୍ଧି ପାଇଛି। କଟକ ଜିଲ୍ଲାରୁ ସର୍ବାଧିକ ୨୨ ଜଣ ମୃତ୍ୟୁବରଣ କରିଛନ୍ତି।
ସେହିପରି ଅନୁଗୁଳରୁ ୧୧, ଜଗତସିଂହପୁରରୁ ୮, କେନ୍ଦ୍ରାପଡ଼ାରୁ ୬, ବାଲେଶ୍ୱରରୁ ୫, ଢେଙ୍କାନାଳରୁ ୪, ଭଦ୍ରକ ଓ ପୁରୀରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହା ସହ ଯାଜପୁର, ଖୋର୍ଦ୍ଧା, ମୟୂରଭଞ୍ଜରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।