ଗ୍ୟାସ୍ ଟାଙ୍କି ଫାଟି ସ୍ତ୍ରୀ ମୃତ, ସ୍ବାମୀ ଓ ଝିଅ ଗୁରୁତର

ନୟାଗଡ଼: ଗ୍ୟାସ୍ ଟାଙ୍କି ଫାଟି ଅଘଟଣ। ରୋଷେଇ କଲା ବେଳେ ଗ୍ୟାସ୍ ଟାଙ୍କି ଫାଟି ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ଓ ଝିଅ ଗୁରୁତର ହୋଇଛନ୍ତି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ରାଣୀପଡ଼ା ପଞ୍ଚାୟତ ବିରିଡିହି ଗାଁରେ ଏହି ଘଟଣା ଘଟିଛି।
ସକାଳରେ ଗାଁର ୨୨ ବର୍ଷୀୟା ହରପ୍ରିୟା ଜେନା ଘରେ ରୋଷେଇ କରୁଥିଲେ। ଅଚାନକ ଗ୍ୟାସ ଟାଙ୍କି ଫାଟି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ଜୀବନ୍ତ ଦଗ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଉଦ୍ଧାର କରିବାକୁ ଉଦ୍ୟମ କରିଥିବା ସ୍ୱାମୀ ସିଲୁ ଜେନା ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।