ଶପଥ ନେଲେ ୯ ସୁପ୍ରିମକୋର୍ଟ ବିଚାରପତି

ନୂଆଦିଲ୍ଲୀ: ଦେଶର ଇତିହାସରେ ଯୋଡି ହେଲା ଆଉ ଅଧ୍ୟାୟ। ଏକାସାଙ୍ଗେ ଶପଥ ନେଇଛନ୍ତି ୯ ବିଚାରପତି। ଭାରତର ସିଜେଇ ଏନ. ଭି ରମଣଙ୍କ ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସର୍ବୋଚ ନ୍ୟାୟାଳୟର ଅତିରିକ୍ତ ଭବନର ସଭାଗାରରେ ଏହି ଶପଥ ଗ୍ରହଣ ସମାରୋହ ହୋଇଛି।
ତେବେ ୯ ଜଣ ବିଚାରପତିଙ୍କ ମଧ୍ୟରୁ ତିନି ଜଣ ମହିଳା ବିଚାରପତି ଶପଥ ନେଇଛନ୍ତି।। ତେବେ ନଅ ଜଜଙ୍କ ଶପଥ ପରେ ସର୍ବୋଚ୍ଚ ନ୍ୟାୟାଳୟରେ ସିଜେଆଇ ରମନ୍ନାଙ୍କ ସମେତ ଜଜଙ୍କ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି। ନିୟମ ଅନୁଯାୟୀ, ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତିଙ୍କୁ ମିଶାଇ ଜଜଙ୍କ ସଂଖ୍ୟା ୩୪।
ଏହି ନଅ ଜଜ ହେଉଛନ୍ତି, ବିଚାରପତି ଅଭୟ ଶ୍ରୀନିବାସ ଓକା, ବିଚାରପତି ବିକ୍ରମ ନାଥ, ବିଚାରପତି ଜିତେନ୍ଦ୍ର କୁମାର ମାହେଶ୍ଵରୀ, ବିଚାରପତି ହିମା କୋହଲି ଓ ବିଚାରପତି ବିଭି ନାଗରତ୍ନା, ବିଚାରପତି ସିଟି ରବିକୁମାର, ବିଚାରପତି ଏମଏମ ସୁନ୍ଦରେଶ, ବିଚାରପତି ବେଲା ଏମ ତ୍ରିବେଦୀ ଓ ପିଏସ ନରସିମାହ।