୬୪ ପୁଲିସ ଅଫିସରଙ୍କୁ ମିଳିବ ମୁଖ୍ୟମନ୍ତ୍ରୀ ମେଡାଲ

ଭୁବନେଶ୍ୱର: ଅନୁସନ୍ଧାନରେ ଉତ୍କର୍ଷତା ପାଇଁ ୬୪ ପୁଲିସ ଅଫିସରଙ୍କୁ ମିଳିବ ମୁଖ୍ୟମନ୍ତ୍ରୀ ମେଡାଲ। ୫ଟି ଅଧିନରେ ଉତ୍କର୍ଷତା ପାଇଁ ରାଜ୍ୟରେ ପ୍ରଥମ ଥର ପାଇଁ ଏହି ମେଡାଲ ଦିଆଯିବ। ଏନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ନାମ ପ୍ରକାଶ ପାଇଛି।
କ୍ରାଇମବ୍ରାଞ୍ଚ, ଏସଟିଏଫ୍, ଇଓଡବ୍ଲୁ, ଭିଜିଲାନ୍ସ ଓ ବିଭିନ୍ନ ଜିଲ୍ଲା ପୋଲିସ ଅଫିସର ମେଡାଲ ପାଇବେ। ଏଏସଆଇ, ଏସଆଇ, ଇନ୍ସପେକ୍ଟର, ଡିଏସପି, ଅତିରିକ୍ତ ଏସପି ର୍ୟାଙ୍କର ଅଧିକାରୀଙ୍କୁ ମେଡାଲ ମିଳିବ। ୨୦୨୦ ଫେବ୍ରୁଆରୀ ୪ ରିଜୋଲ୍ୟୁସନ ଅନୁସାରେ ମେଡାଲ ଦିଆଯିବ।
କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ଅନୀଲା ଆନନ୍ଦଙ୍କୁ ମିଳିବ ମେଡାଲ। ସେହିପରି ଏସଟିଏଫ୍ ଏଏସପି ତେଜରାଜ ପଟେଲ୍, ଇଓଡବ୍ଲୁ ଏଏସପି ଶିବରାମ ସାହୁ ଓ ଭିଜିଲାନ୍ସ ଇନସ୍ପେକ୍ଟର ପୁଲସତି ଛତ୍ରିଆଙ୍କୁ ମିଳିବ ସମ୍ମାନ ଜନକ ମେଡାଲ।