ନକଲି ସାମ୍ବାଦିକଙ୍କ ପାଇଁ କମିଶନରେଟ୍ ପୁଲିସର ଆକ୍ସନ୍ ପ୍ଲାନ୍

ଭୁବନେଶ୍ୱର: ରାଜ୍ୟରେ ନକଲି ସାମ୍ବାଦିକଙ୍କ ପାଦୁର୍ଭାବ ଦିନକୁ ଦିନ ବଢୁଥିବା ବେଳେ ଏହାକୁ ଦମନ କରିବାକୁ କମିଶନରେଟ୍ ପୁଲିସର ନୂଆ ଯୋଜନା। ଏଣିକି ସାମ୍ବାଦିକଙ୍କ ଉପରେ ନଜର ରଖିବ କମିଶନରେଟ୍ ପୁଲିସ। ଭୁବନେଶ୍ୱର ସମେତ ରାଜ୍ୟରେ ମନଇଛା ଗାଡ଼ିରେ ପ୍ରେସ୍ ଲେଖି ବୁଲୁଥିବା ନକଲି ସାମ୍ବାଦିକଙ୍କୁ ସାବାଡ଼ କରିବାକୁ କମିଶନରେଟ୍ ପୁଲିସ ଯୋଜନା କରିଛି।
ଯେଉଁମାନେ ଗାଡ଼ିରେ ପ୍ରେସ୍ ଲେଖି ବୁଲୁଛନ୍ତି ସେହି ବ୍ୟକ୍ତିଙ୍କ ଯାଞ୍ଚ କରାଯିବ। ଏନେଇ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ଏହାଦ୍ୱାରା ନକଲି ସାମ୍ବାଦିକ ଠାବ ହୋଇ ପାରିବେ। ଏଥିରେ ସହଯୋଗ କରିବାକୁ ସାମ୍ବାଦିକ ଓ ସାମ୍ବାଦିକ ସଂଘଗୁଡିକୁ କମିଶନର ଅନୁରୋଧ କରିଛନ୍ତି।