କମିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: କମିଲା ପେଟ୍ରୋଲ ଓ ଡିଜେଲ୍ ଦର। ସେପ୍ଟେମ୍ବର ମାସ ଆରମ୍ଭରୁ ଗ୍ୟାସ ସିଲିଣ୍ଡର ଦର ବଢ଼ିବା କାରଣରୁ ଖାଉଟୀଙ୍କୁ ଚିନ୍ତାରେ ଥିବା ବେଳେ ପେଟ୍ରୋଲ ଓ ଡିଜେଲ୍ ଦରକୁ ନେଇ ଟିକେ ଆଶ୍ୱସ୍ତି ମିଳିଛି। ମାସର ପ୍ରଥମ ଦିନରେ ପେଟ୍ରୋଲ ଓ ଡିଜେଲ୍ ଦର ହ୍ରାସ ପାଇଛି। ଆଜି ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ଦର ଲିଟର ପିଛା ୧୫ ପଇସା କମିଛି।
ଅନ୍ତର୍ଜାତୀୟ ମାର୍କେଟରେ ଅଶୋଧିକ ତୈଳ ଦର କମୁଥିବାର ଏହାର ପ୍ରଭାବ ଭାରତୀୟ ମାର୍କେଟ ଉପରେ ପଡ଼ିଛି। ବୁଧବାର ଦିଲ୍ଲୀରେ ଇଣ୍ଡିଆନ୍ ଅଏଲ ପମ୍ପରେ ପେଟ୍ରୋଲ ଲିଟର୍ ପିଛା ୧୦୧.୩୪ ଟଙ୍କା ବିକ୍ରି ହେଉଛି। ସେହିପରି ଡିଜେଲ୍ ଲିଟର୍ ପିଛା ୮୮.୭୭ ଟଙ୍କାରେ ବିକ୍ରି ହେଉଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର୍ ପିଛା ୧୦୭.୩୯ ଟଙ୍କା ଓ ଡିଜେଲ୍ ୯୬.୩୩ ଟଙ୍କାରେ ରହିଛି।
ଏଥିସହ କୋଲକାତାରେ ପେଟ୍ରୋଲ୍ ୧୦୧.୭୨ ଓ ଡିଜେଲ୍ ୯୧.୮୪ ଟଙ୍କା, ଚେନ୍ନାଇରେ ପେଟ୍ରୋଲ୍ ୯୯.୦୮ ଓ ଡିଜେଲ୍ ୯୩.୩୮ ଟଙ୍କା, ବେଙ୍ଗାଲୁରୁରେ ପେଟ୍ରୋଲ୍ ୧୦୪.୮୪ ଟଙ୍କା ଓ ଡିଜେଲ୍ ୯୪.୧୯ ଟଙ୍କା, ହାଇଦ୍ରାବାଦରେ ପେଟ୍ରୋଲ୍ ୧୦୫.୪୦ ଓ ଡିଜେଲ୍ ୯୬.୮୪ ଟଙ୍କା ରହିଛି।