ଟୋକିଓ ପାରାଲିମ୍ପିକ୍ସ: ଏକକ ବର୍ଗରେ ଓଡ଼ିଆ ପୁଅ ପ୍ରମୋଦଙ୍କ ପ୍ରଥମ ବିଜୟ

ଟୋକିଓ: ଟୋକିଓ ପାରାଲିମ୍ପିକ୍ସର ବ୍ୟାଡମିଣ୍ଟନ ମିକ୍ସ ଡବଲ୍ସରେ ହାରିବା ପରେ ଦମଦାର କମ୍ବ୍ୟାକ୍ କରିଛନ୍ତି ଓଡ଼ିଆ ପୁଅ ପ୍ରମୋଦ ଭଗତ। ପାରାଲିମ୍ପିକ୍ ବ୍ୟାଡମିଣ୍ଟନ ଇଭେଣ୍ଟର ଏକକ ବର୍ଗର ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛନ୍ତି ପ୍ରମୋଦ। ଏକକ ବର୍ଗର ମ୍ୟାଚରେ ଭାରତର ହିଁ ମନୋଜ ସରକାରଙ୍କୁ ପରାଜିତ କରିଛନ୍ତି ପ୍ରମୋଦ ଭଗତ। ଏହି ମ୍ୟାଚକୁ ୨-୧ରେ ଜିତି ନେଇଛନ୍ତି ପ୍ରମୋଦ।
ମ୍ୟାଚରେ ଦୁଇ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଥିଲା। ପ୍ରଥମ ସେଟରେ ପ୍ରମୋଦ ୨୧-୧୦ରେ ଏକ ପାଖିଆ ବିଜୟ ଲାଭ କରିଥିଲେ। କିନ୍ତୁ ଦ୍ବିତୀୟ ସେଟରେ ମନୋଜ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ୨୩-୨୧ରେ ସେଟ ଜିତି ନେଇଥିଲେ। ଏହାପରେ ପୁନଃ ତୃତୀୟ ସେଟକୁ ପ୍ରମୋଦ ୨୧-୯ରେ ଜିତି ନେଇଥିଲେ ପ୍ରମୋଦ।