ପଞ୍ଜଶିର ଘାଟିରେ ତାଲିବାନର ଆକ୍ରମଣ

କାବୁଲ: ଆଫଗାନିସ୍ତାନରୁ ସମ୍ପୂର୍ଣ୍ଣଭାବେ ଆମେରିକା ସେନା ପ୍ରତ୍ୟାହାର ପରେ ରକ୍ତାକ୍ତ ସଂଘର୍ଷ ଆରମ୍ଭ ହୋଇଯାଇଛି। ଆଫଗାନିସ୍ତାନରେ ନିଜ ଆଧିପତ୍ୟ ବିସ୍ତାର କରିଥିବା ତାଲିବାନ ପଞ୍ଜଶିର ଘାଟି ଉପରେ ଆକ୍ରମଣ କରିଛି। ତାଲିବାନ ମଙ୍ଗଳବାର ସନ୍ଧ୍ୟାରେ ପଞ୍ଜଶିର ଘାଟିର ଏକ ଅଞ୍ଚଳରେ ଆକ୍ରମଣ କରିଛି। କିନ୍ତୁ ପଞ୍ଜଶିର ଘାଟିରେ ତାଲିବାନ ବିରୋଧୀ ତାଲିବାନର ଏହି ଉଦ୍ଦେଶ୍ୟକୁ ସଫଳ ହେବାକୁ ଦେଇନଥିଲେ।
ତାଜିକ ନେତା ଅହମ୍ମଦ ମସୁଦ କହିଛନ୍ତି ତାଙ୍କ ସେନା ତାଲିବାନର ଆକ୍ରମଣକୁ ବିଫଳ କରିଦେଇଛନ୍ତି। ପଞ୍ଜିଶିର ଘାଟିରେ ଏବେ ଉଭୟ ପଟରୁ ଗୁଳିବିନିମୟ ଜାରି ରହିଛି କିନ୍ତୁ ଏ ନେଇ ତାଲିବାନ କିଛି ସୂଚନା ଦେଇନାହିଁ। ଏହି ଲଢେଇ ବେଳେ ଫୌଜର ଅନେକ ସୈନିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ତାଲିବାନ ଆତଙ୍କବାଦୀମାନେ ପରଓ୍ବାନ ପ୍ରାନ୍ତର ଜାବୁଲ ସିରାଜ ଅଞ୍ଚଳରେ ଆକ୍ରମଣ କରିଛନ୍ତି।
ତାଲିବାନୀ ଆତଙ୍କବାଦୀମାନେ ପଞ୍ଜଶିର ଘାଟିକୁ ଚାରିଆଡୁ ଘେରି ରହିଛନ୍ତି। ଏହାସହ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ କରି ରଖିଛନ୍ତି। ପଞ୍ଜଶିର ଘାଟିରେ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ମଧ୍ୟ ଉପସ୍ଥିତ ଥିଲେ। ସେ ଏଠାରୁ ତାଲିବାନ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି।