ପଞ୍ଚାୟତ ଆଇନ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମୋହର

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର। ଓଡ଼ିଶା ପଞ୍ଚାୟତ ଆଇନ ସଂଶୋଧନ ପ୍ରସ୍ତାବ ଅନୁମୋଦନ ନେଇ ସୂଚନା ମିଳିଛି। ସେହିପରି ଜିଲ୍ଲା ପରିଷଦ, ସମିତି ସଭ୍ୟ ଆଇନ ସଂଶୋଧନ ପ୍ରସ୍ତାବ ଅନୁମୋଦନ ସହ ପୌର, ମହାନଗର ନିଗମ ଆଇନ ସଂଶୋଧନ ପ୍ରସ୍ତାବ ମଧ୍ୟ ଅନୁମୋଦନ ଲାଭ କରିଛି। ବିଧାନସଭା ଚାଲିଥିବାରୁ ଏନେଇ ବିଧିବଦ୍ଧ ସୂଚନା ଦିଆଯାଇନାହିଁ।
ପଞ୍ଚାୟତ ଓ ପୌର ଆଇନ ସଂଶୋଧନକୁ ଅନୁମୋଦନ ମିଳିଛି। ପଞ୍ଚାୟତର ୩ଟି ଆଇନର ସଂଶୋଧନକୁ ଅନୁମତି ଦିଆଯାଇଥିବା ବେଳେ ପୌର ଆଇନର ୨ଟି ସଂଶୋଧନକୁ ମିଳିଛି ଅନୁମୋଦନ। ଉଭୟ ନିର୍ବାଚନରେ ୫୦% ସଂରକ୍ଷଣ ନେଇ ଥିବା ବିବାଦ ଅନ୍ତ ହୋଇଛି।