ଜୀବନ ଯୁଦ୍ଧରେ ହାରିଗଲେ ଅଭିଷେକ, ବଞ୍ଚାଇ ପାରିଲାନି ଇକମୋ ଚିକିତ୍ସା

ଭୁବନେଶ୍ବର: ବଞ୍ଚାଇ ପାରିଲାନି ଇକମୋ ଚିକିତ୍ସା। ଶେଷରେ ଆଖି ବୁଜିଲେ ଭଦ୍ରକର ଅଭିଷେକ ମହାପାତ୍ର। ଡାକ୍ତରଙ୍କ ଶତଚେଷ୍ଟା, ଜନସାଧାରଣଙ୍କ ସାହାଯ୍ୟ ସତ୍ତ୍ବେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଅଭିଷେକ। ଶୁକ୍ରବାର ରାତି ୧୦ଟା ୪୫ ମିନିଟରେ ତାଙ୍କର ପରଲୋକ ହୋଇଥିବା ସୂଚନା ରହିଛି।
କୋଭିଡରେ ଆକ୍ରାନ୍ତ ହେବା ପରେ ଗୁରୁତର ହୋଇପଡିଥିଲେ ଅଭିଷେକ। ଏବଂ ଇକମୋ ଚିକିତ୍ସା ପାଇଁ ତାଙ୍କୁ ଏୟାରଲିଫ୍ଟ କରାଯାଇ କୋଲକାତା ନିଆଯାଇଥିଲା କୋଭିଡରେ ଆକ୍ରାନ୍ତ ହେବା ପରେ ଅଭିଷେକଙ୍କ ଫୁସଫୁସ କିଛି ମାତ୍ରାରେ ନଷ୍ଟ ହୋଇଯାଇଥିଲା। ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ୨୨ଦିନ ଚିକିତ୍ସିତ ହେବା ପରେ ତାଙ୍କୁ କୋଲକାତା ନିଆଯାଇଥିଲା। ଗତକାଲି ରାତି ୧୦ଟା ୪୫ ବେଳକୁ ଅଭିଷେକଙ୍କର ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ଅଭିଷେକ ମହାପାତ୍ର ଉମାନ୍ରେ ସିଭିଲ୍ ଇଞ୍ଜିନିୟର ଭାବେ କାର୍ଯ୍ୟ କରନ୍ତି।। ସେ ବାପା-ମାଆଙ୍କର ଏକମାତ୍ର ପୁଅ। ବାହା ହେବା ପାଇଁ ମାର୍ଚ୍ଚ ୨୫ ତାରିଖରେ ଘରକୁ ଆସିଥିଲେ। ମେ’ ୫ ତାରିଖରେ ହାତକୁ ଦୁଇ ହାତ ହୋଇଥିବା ଅଭିଷେକ ବିବାହର ୮ ଦିନ ପରେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ପରେ ତାଙ୍କର କୋଭିଡ୍ ଟେଷ୍ଟ ପଜିଟିଭ ଆସିଥିଲା।
ଏହାପରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ୨୨ଦିନ ଚିକିତ୍ସିତ ହେବା ପରେ ତାଙ୍କୁ କୋଲକାତା ନିଆଯାଇଥିଲା ଇକମୋ ଚିକିତ୍ସା ପାଇଁ। ହେଲେ ଗତକାଲି ରାତିରେ ତାଙ୍କର ପରଲୋକ ହୋଇଛି।