ରାତିରେ ସୌମ୍ୟଙ୍କ ଘରକୁ ଡିଏଫଓଙ୍କୁ ଯିବାର ମୁଁ ଦେଖିଛି: ଜଗୁଆଳ
ଭୁବନେଶ୍ୱର: ଏସିଏଫ୍ ସୌମ୍ୟରଞ୍ଜନ ମହାମାତ୍ରଙ୍କ ମୃତ୍ୟୁ ମାମଲାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଡିଏଫଓଙ୍କ ପୂର୍ବତନ ରାତ୍ରି ଜଗୁଆଳ ଏହି ମାମଲାରେ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ‘ଡିଏଫଓ ରାତିରେ ସୌମ୍ୟ ସାରଙ୍କ ଘରକୁ ଯିବା ମୁଁ ଦେଖିଛି। ଥରେ ରାତି ୧୨ରୁ ସାଢ଼େ ୧୨ ଭିତରେ ଯିବାର ମୁଁ ନିଜେ ଦେଖିଛି।’
କିନ୍ତୁ ତାହା କେଉଁ ଦିନ ନଥିଲା, ତାହା ଜଗୁଆଳିଙ୍କର ସ୍ପଷ୍ଟ ମନେନାହିଁ। ଡିଏଫଓ ସଂଗ୍ରାମ ବେହେରାଙ୍କର ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସହିତ ଅନୈତିକ ସମ୍ପର୍କ ଥିବା ନେଇ ବାରମ୍ବାର ଗଣମାଧ୍ୟମରେ ଆଗରେ ଦାବି କରିଆସୁଛନ୍ତି ମୃତ ସୌମ୍ୟଙ୍କ ପରିବାର ଲୋକେ।
ସୌମ୍ୟଙ୍କ ମୃତ୍ୟୁକୁ ୫୦ରୁ ଅଧିକ ଦିନ ବିତିସାରିଥିଲେ ବି ମୃତ୍ୟୁର ରହସ୍ୟ ଉପରୁ ପରଦା ଉଠିପାରି ନାହିଁ। ପ୍ରଥମେ ପୋଲିସ ଓ ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଭାର ନେଇଥିଲେ ବି ଘଟଣାର ସତ୍ୟତା ସାମ୍ନାକୁ ଆସିପାରିନାହିଁ।