ପ୍ରମୋଦଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଟୋକିଓ ପାରା ଅଲିମ୍ପିକ୍ସରେ ଭାରତ ଦମଦାର ପ୍ରଦର୍ଶନ ଜରି ରଖିଥିବା ବେଳେ ଓଡ଼ିଆ ପୁଅ ପ୍ରମୋଦ ଭଗତ ସ୍ୱର୍ଣ୍ଣପଦକ ଜିତିଛନ୍ତି। ପ୍ରମୋଦ ସ୍ୱର୍ଣ୍ଣପଦକ ହାସଲ କରିବା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ, ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଥିବା ବେଳେ କେନ୍ଦ୍ର କ୍ରୀଡାମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଟୁଇଟ୍ କରି ପ୍ରମୋଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କ ଏହି ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକ ସ୍ୱର୍ଣ୍ଣିମ ମୁହୂର୍ତ୍ତ ବୋଲି କହିଛନ୍ତି। ପାରା ବ୍ୟାଡମିଣ୍ଟନରେ ଦେଶର ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରମୋଦ ଭଗତଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ତା ସହିତ ତାଙ୍କ ସଫଳତା ସାରା ଦେଶକୁ ଗୌରବାନିତ୍ୱ କରିଛି ବୋଲି ସେ କହିଛନ୍ତି। ଆଗାମୀ ଦିନରେ ତାଙ୍କର ଭବିଷ୍ୟତ ଆହୁରି ଉଜ୍ଜଳ ହେବାକୁ ମୁଖ୍ୟମନ୍ତ୍ରୀ କାମନା କରିଛନ୍ତି।
ସ୍ବର୍ଣ୍ଣିମ ମୁହୂର୍ତ୍ତ !#Tokoy2020 ର #ParaBadminton ରେ ଦେଶର ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡ଼ିଶାର ପ୍ରତିଭା ପ୍ରମୋଦ ଭଗତଙ୍କୁ ଶୁଭେଚ୍ଛା। ତୁମ ସଫଳତା ସାରା ଦେଶକୁ ଗୌରବାନ୍ବିତ କରିଛି। ଆଗାମୀ ଦିନରେ ତୁମର ଆହୁରି ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛି।#Cheer4India #Praise4Para pic.twitter.com/4gWBVU2d9Y
— Naveen Patnaik (@Naveen_Odisha) September 4, 2021
ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ଲେଖିଛନ୍ତି, ପ୍ରମୋଦଙ୍କ ଏହି ବିଜୟ ସମସ୍ତଙ୍କ ପାଇଁ ଗର୍ବର ମୁହୂର୍ତ୍ତ। ଏଥିସହ ଟୋକିଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ବିଜୟ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୋଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର କ୍ରୀଡାମନ୍ତ୍ରୀ ମଧ୍ୟ ପ୍ରମୋଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
Proud of world champion and one of the best para shuttlers in the country @PramodBhagat83.
His #Gold winning performance at the #Paralympics is matter of joy for everyone, including those in Odisha. Many congratulations on bringing yet another glory for India. #Praise4Para pic.twitter.com/YKcoNvGxpC
— Dharmendra Pradhan (@dpradhanbjp) September 4, 2021