ଆମ୍ବୁଲାନ୍ସରେ ଲାଗିଲା ନିଆଁ

କେନ୍ଦ୍ରାପଡା: ୧୦୮ ଆମ୍ବୁଲାନ୍ସରେ ଲାଗିଲା ନିଆଁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରପଡା ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ମହିପାଳ ଛକରେ। ରୋଗୀ ଛାଡି ଫେରୁଥିବା ବେଳେ ୧୦୮ ଆମ୍ବୁଲାନ୍ସରେ ନିଆଁ ଲାଗିଯାଇଛି।
ବ୍ୟାଟେରୀ ସଟ୍ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଇଛି। ଦୁର୍ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭର ସୁରକ୍ଷିତ ଥିବା ଜଣାପଡିଛି।