କୂଳ ଲଙ୍ଘି ଜନବସତି ମୁହାଁ ସମୁଦ୍ର

ଜଗତସିଂହପୁର: କୂଳ ଲଙ୍ଘି ଜନବସତି ମୁହାଁ ସମୁଦ୍ର। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଶିଆଳି ନିକଟରେ ଜନବସତି ଆଡ଼କୁ ମାଡିଆସିଲା ସମୁଦ୍ର। ସମୁଦ୍ର କୂଳ ଲଙ୍ଘିବା ଫଳରେ ଦୁଇ ଶହ ମିଟର ଲମ୍ବ ଏବଂ ୫୦ ମିଟର ଚଉଡାର ଅତଡ଼ା ଖସି ପଡ଼ିଛି। ସମୁଦ୍ର ନିକଟବର୍ତ୍ତୀ ପଦ୍ମପୁର, ଶିଆଳି, ରାମତରା ଓ କଳାବେଦୀ ଆଦି ଗାଁର ଲୋକମାନେ ଆତଙ୍କିତ ହୋଇ ପଡିଛନ୍ତି।
ଏନେଇ ଆଜି ସକାଳୁ ପଦ୍ମପୁର ସରପଞ୍ଚଙ୍କ ସହ ସ୍ଥାନୀୟ ବାସିନ୍ଦା ସ୍ଥିତି ବୁଲି ଦେଖିଛନ୍ତି। ସୁରକ୍ଷାକୁ ନଜରରେ ରଖି ଏହି ସ୍ଥାନରେ କିଛି ବାଲି ବସ୍ତା ପକାଯାଇ ମରାମତି କରାଯାଇଥିଲା। ଆଜି ସେ ସବୁ ମଧ୍ୟ ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ଯାହା ଫଳରେ ପୂର୍ବରୁ ଯେତିକି ଭୟଭୀତ ଥିଲେ ଏବେ ଆହୁରି ଭୟଭୀତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ଲୋକ। ସେପଟେ ବାତ୍ୟା ଆଶ୍ରୟସ୍ଥଳୀ ମଧ୍ୟ ବିପଦଶଙ୍କୁଳ ଅବସ୍ଥାରେ ରହିଛି।