ବିଧାନସଭା ଆଗରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ବର: ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ। ଆଜି ଜଣେ ଯୁବକ ବିଷ ପିଇବା ପରେ ହାତ କାଟି ଦେଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯୁବକ ଜଣକ ଜଗତସିଂହପୁର ଜିଲ୍ଲା ନାମ କୁଜଙ୍ଗ ବ୍ଲକର ଦୁଷ୍ମନ୍ତ ଦାସ ବୋଲି ଜଣାପଡିଛି।
ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ କହିବା ଅନୁଯାୟୀ, ସେ ରାଜ୍ୟସରକାରଙ୍କୁ ଇଚ୍ଛା ମୃତ୍ୟୁ କାମନା କରିଥିଲେ। ମାତ୍ର ସରକାର ତାଙ୍କୁ ଚିଠି ଲେଖି ଚିକିତ୍ସା ପାଇଁ ପ୍ରତିଶ୍ରୁତି ଦେଇ ବାରମ୍ବାର ଅବହେଳା କରିଛନ୍ତି। ଏସସିବିରେ ତାଙ୍କୁ ଠିକ୍ ଚିକିତ୍ସା ଦିଆଯାଇ ନାହିଁ। ସ୍ବାସ୍ଥ୍ୟରେ ଉନ୍ନତି ନ ଆସିଥିଲେ ମଧ୍ୟ ଜୋର କରି ଦସ୍ତଖତ କରିବାକୁ କହି ଡିସଚାର୍ଜ କରାଇଦେଇଛନ୍ତି।
ସେ ଆହୁରି କହିଛନ୍ତି ଯେ, ଘରେ ତାଙ୍କର ବୃଦ୍ଧ ବାପା ସାଙ୍ଗକୁ ମାନସିକ ବିକାରଗ୍ରସ୍ତ ପତ୍ନୀ। ଏପରି କ୍ଷେତ୍ରରେ କିପରି ଚଳିବି। ତେଣୁ ଇଚ୍ଛା ମୃତ୍ୟୁ ନହେଲେ ସଠିକ୍ ଚିକିତ୍ସା ଦେବାକୁ ଦାବି କରିଛନ୍ତି ଯୁବକ ଜଣକ।