ଜାରି ରହିଛି ବର୍ଷା, ବଢ଼ୁଛି ବିଭିନ୍ନ ନଦୀର ଜଳସ୍ତର

ଭୁବନେଶ୍ବର: ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା। ଯାହାରିଫଳରେ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଦେବୀ, କୁଶଭଦ୍ରା, ବ୍ରାହ୍ଣୀ, ବୈତରଣୀ, ସୁବର୍ଣ୍ଣରେଖା, ବଂଶଧାରା, ଋଷିକୂଲ୍ୟା ଓ ଜଳକା ନଦୀର ଜଳସ୍ତର ବଢୁଛି। ହେଲେ କେଉଁଠାରେ ବି ଜଳସ୍ତର ବିପଦ ସଙ୍କେତ ଟପିନାହିଁ।
ମିଳିଥିବା ସୂଚନା ଅନୁଯାୟୀ, ମଥାନୀରେ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ପାଖାପାଖି ପହଁଞ୍ଚିଛି । ଏଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ସକାଳ ୯ଟା ସୁଦ୍ଧା ଜଳସ୍ତର ୫.୪୯ ମିଟରରେ ପହଁଞ୍ଚିଛି।
ସେହିପରି ନରାଜରେ ମହାନଦୀର ଜଳସ୍ତର ୨୨.୪୪ରେ ପହଁଞ୍ଚିଛି। ନରାଜରେ ବିପଦ ସଙ୍କେତ ୨୬.୪୧ ରହିଛି।ସେହିପରି ଜେନାପୁରରେ ବ୍ରାହ୍ମଣୀ ନଦୀର ଜଳସ୍ତର ୧୮.୯୭ ରହିଛି।