Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ କୋଟିପତି ଅଙ୍ଗନବାଡ଼ି ଦିଦି

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଅଙ୍ଗନବାଡ଼ି ଦିଦି। କୋଟି କୋଟି ଟଙ୍କାର ମାଲିକ ଅଙ୍ଗନବାଡ଼ି ଦିଦିଙ୍କୁ। ଆୟ ବହିର୍ଭୂତ ସମ୍ପତି ଠୁଳ ଭିଜିଲାନ୍ସ ଧରିଛି। ଭୁବନେଶ୍ୱରର କୋରଡ଼କଂଟା ଠାରେ ଅଙ୍ଗନବାଡ଼ି ଦିଦି ଅଛନ୍ତି କବିତା ମାଥାନ।

ଭିଜିଲାନ୍ସ ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସରେଡ଼ କରିବା ସହ ଅନେକ ଗୁରୁତ୍ପୂର୍ଣ୍ଣ କାଗଜପତ୍ର ଜବତ ଥିବା ଜାଣିବାକୁ ମିଳିଛି।ଭୁବନେଶ୍ୱରର କେଶୁରା ଓ ଝାରପଡ଼ାରେ ତାଙ୍କର ଏକାଧିକ କୋଠାଘର ରହିଛି। ସେହିପରି ପୈତୃକ ଘର ପଟାମୁଣ୍ଡାଇ ଓ ବାଲିକୁଦରେ ଶାଶୁଘରେ ରେଡ଼ ହେଉଛି। ସେହିପରି ଜଗତସିଂହପୁରରେ ବି ରେଡ଼ ଚାଲିଥିବା ଜଣାପଡ଼ିଛି।