ବଢ଼ି ପାଣି ମଝିରେ ଫସି ରହିଛନ୍ତି ବୃଦ୍ଧା
ଅନୁଗୁଳ: ବଢ଼ି ପାଣି ମଝିରେ ଫସି ରହିଛନ୍ତି ବୃଦ୍ଧା। ଅନୁଗୁଳ ସଦର ହୁଳୁରୁସିଂହା ଦେଇ ବହି ଯାଉଥିବା ଲିଙ୍ଗରା ନାଳରେ ବଢ଼ି ପାଣି। ବଢ଼ି ପାଣି ମଝିରେ ଫସି ରହିଛନ୍ତି ଜଣେ ବୃଦ୍ଧା। ତାଙ୍କୁ ଉଦ୍ଧାର କରିଵାକୁ ଯାଇ ଆଉ ଜଣେ ଯୁବକ ମଧ୍ୟ ନାଳ ମଝି ପଥରରେ ଅଟକି ରହିଥିବା ବେଳେ ପ୍ରାୟ ୨ ଘଣ୍ଟା ହେଲାଣି ତାଙ୍କୁ ଉଦ୍ଧାର କରାଯାଇପାରୁ ନାହିଁ।
ସୂଚନା ଅନୁସାରେ, ଆଜି ସକାଳୁ ଜଣେ ବୃଦ୍ଧା ଶୌଚ ହେବା ପାଇଁ ନାଳକୁ ଯାଇଥିଲେ। ସେ ନାଳରେ ଶୌଚ ହେବା ସମୟରେ ନାଳ ପାଣି ବଢି ଆସିଥିଲା। ଫଳରେ ବୃଦ୍ଧା ଜଣଙ୍କ ଏକ ବଡ଼ ପଥର ଉପରେ ଚଢ଼ି ଯାଇଥିଲେ।
ବହୁ ସମୟ ସେଠାରେ ସେ ଅଟକି ରହିଥିବା ବେଳେ ଜଣେ ଯୁବକ ସାହସ ବାନ୍ଧି ପହଁରି ପହଁରି ତାଙ୍କ ପାଖରେ ପହଞ୍ଚିଥିଲ । ହେଲେ ତାପରେ ପରେ ନାଳ ଦୁଇ କୁଳ ଖାଇ ବଢିଥିଲା। ଫଳରେ ବର୍ତ୍ତମାନ ସୁଦ୍ଧା ଦୁଇଜଣ ସେଠାରେ ଫସି ରହିଛନ୍ତି। ଖବର ପାଇ ଅନୁଗୁଳ ଅଗ୍ନିଶମ ବିଭାଗ ପହଁଚିଛି। ହେଲେ ସେମାନେ ମଧ୍ୟ ବଢି ପାଣି ଯୋଗୁଁ ସାହସ ବାନ୍ଧି ପାରୁ ନାହାନ୍ତି।